ସେପ୍ଟେମ୍ବରରେ ଲଘୁଚାପ ପରେ ଲଘୁଚାପ : ୨୫ରେ ଆସିବ, ୨୬ରୁ ବର୍ଷିବ !

70

-ସପ୍ତାହ ଶେଷ ବେଳକୁ ଅବପାତର ରୂ ନେଇପାରେ: ଆକ୍ୟୁୱେଦର
-ରବି ଓ ସୋମବାରରୁ ଓଡ଼ିଶା ଉପରେ ପଡ଼ିବ ପ୍ରଭାବ
-୯ ଜିଲ୍ଲାରେ ନିଅଣ୍ଟିଆ, ୧୯ ଜିଲ୍ଲାରେ ସ୍ୱାଭାବିକ୍
-ବର୍ଷା ବିନ୍ନଙ୍କ ଛାତି ଧଡ଼ଧଡ଼

ଭୁବନେଶ୍ୱର : ଅଗଷ୍ଟର ନିଅଣ୍ଟିଆ ବର୍ଷାକୁ ଭରଣା କରୁଛି ସେପ୍ଟେମ୍ବର । ସେପ୍ଟେମ୍ବରରେ ଦୁଇଟି ଲଘୁଚାପ ଯିବା ପରେ ୨୫ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ତତ୍-ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଓଡ଼ିଶା ଉପକୂଳରେ ପହଞ୍ଚିବ । ଏହା ପ୍ରଭାବରେ ୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିାଗ ବିଭାଗ ପକ୍ଷରୁ କୁହାଯାଇଛି । ଆମେରିକା ପାଣିାଗ ବିଜ୍ଞାନୀ ଆକ୍ୟୁ ୱେଦର ନିର୍ଦ୍ଦେଶକ ଜାସନ ନିକଲ୍ସ କହିଛନ୍ତି ସପ୍ତାହ ଶେଷ ଆହକୁ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ଘନୀଭୂତ ହୋଇ ଡିପ୍ରେସନ୍ କିମ୍ବା ଡିପ୍ ଡିପ୍ରେସେନ୍ ରେ ପରିଣତ ହୋଇପାରେ । ଆସନ୍ତା ରବି ଓ ସୋମବାର ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ତ୍ସ୍ୟଜୀବୀମାନଙ୍କୁ ସତର୍କ କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା ଅନୁସାରେ ଗତ ୨୪ ଘଣ୍ଟାରେ ଓଡ଼ିଶା ଉପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଅନେକ ସ୍ଥାନରେ ହାଲ୍କା ଓ ମଧ୍ୟମ ଧରଣରେ ବର୍ଷା ଅନୁଭୁତ ହୋଇଛି । ସର୍ବାଧିକ ବର୍ଷା କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ହୋଇଛି । ଏଠାରେ ୭୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହାଛଡ଼ା ଆହୁରି ତିନିଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି । ଗତ ୨୪ ଘଣ୍ଟାରେ ଓଡ଼ିଶାର ପାଣିାଗର ସ୍ଥିତି ନେଇ ଶ୍ରୀ ଦାସ କହିଛନ୍ତି ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ୫.୮ କିମି ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣରେ ବର୍ଷା ହେବ । ସେଥିପାଇଁ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ସମେତ ଆଭ୍ୟନ୍ତର ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେହିପରି ଆସନ୍ତାକାଲି ପାଇଁ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ କେତେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି । ୧ ଜୁନ୍ରୁ ୨୦ ସେପ୍ଟେମ୍ବର ଭିତରେ ମୌସୁମୀର ସ୍ଥିତି ନେଇ ଶ୍ରୀ ମିଶ୍ର କହିଛନ୍ତି ୯୭୦ ମିଲି ମିଟର ବର୍ଷା ହେବାର ରେକର୍ଡ କରାଯାଇଛି । ଏହି ସମୟ ଭତରେ ଦୁଇ ଜିଲ୍ଲା ପୁରୀ ଓ ଜଗତସିଂହପୁରରେ ୨୦ରୁ ୩୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ୯ ଜିଲ୍ଲାରେ ୨୦ରୁ ୫୯% କମ୍ ବର୍ଷା ରେକର୍ଡ କରାଯାଇଛି । ତାହାଛଡ଼ା ପାଖାପାଖି ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ବର୍ଷା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ଅଣ୍ଟା ସଳଖୁଥିବା ତଳିଆ ଅଞ୍ଚଳବାସୀଙ୍କ ମନରେ ପୁଣି ଛନକା ପଶିଛି ।

ବର୍ତ୍ତମାନ ବି ଅଧିକାଂଶ ଗାଁ ଦାଣ୍ଡରେ ପାଣିର ସୁଅ ଛୁଟୁଥିବା ବେଳେ ରାସ୍ତାଘାଟ, ଘରଦ୍ୱାର ଓ ଜମିବାଡି ସବୁ ଏକାକାର ହୋଇଯାଇଛି । କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ବେକେ ପାଣିରେ ପଶି ଲୋକେ ଯାତାୟାତ କରୁଛନ୍ତି । ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରୀପୋଖରୀ,ତିହିଡି ଓ ଚାନ୍ଦବାଲି ବ୍ଲକର ୩୨ଟି ପଞ୍ଚାୟତର ୧୫୨ ଗାଁରେ ବଢ଼ି ପାଣି ପଶିଛି । ଆଜିଯାଏଁ ବି ସେମାନେ ଜଳବନ୍ଦୀ ଜୀବନ ବିତାଉଛନ୍ତି । କେନ୍ଦ୍ରାପଡ଼ାରେ ମଧ୍ୟ ସମାନ ସ୍ଥିତି । ରାଜନଗର, ପଟ୍ଟାମୁଣ୍ଡାଇ ଓ ରାଜକନିକା ଅଞ୍ଚଳର ବହୁ ଗାଁ ଜଳବନ୍ଦୀ ହୋଇଛି । ଖାଲି ଏତିକି ନୁହେଁ ଏକର ଏକର ଚାଷଜମି ମଧ୍ୟ ପାଣିରେ ବୁଡ଼ିଛି । ପୁଣି ଆଉ ଏକ ଲଘୁଚାପ ବର୍ଷା ହେଲେ ବେଡି ଉପରେ କୋରଡ଼ା ମାଡ ଭଳି ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା ଆତଙ୍କିତ ହୋଇପଡ଼ିଛନ୍ତି ।

Comments are closed.