ହକ୍ ମାଗୁଛନ୍ତି ଆଫଗାନ୍ ମହିଳା

83

କାବୁଲ : କାବୁଲ ରାଜରାସ୍ତାରେ ମହିଳାଙ୍କ ଗର୍ଜନ । ଅଧିକାର ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା ଅଧିକାର କର୍ମୀ । ପୁରୁଣା ମହିଳା ମନ୍ତ୍ରଣାଳୟ ଆଗରେ ଏମାନେ ପ୍ରତିବାଦ କରିଥିଲେ । ତାଲିବାନ୍ ର ନୂଆ କାମଚଳା କ୍ୟାବିନେଟ୍ରେ ମହିଳା ମନ୍ତ୍ରଣାଳୟକୁ ବାଦ୍ ଦିଆଯାଇଛି । ଯାହାକୁ ପ୍ରତିବାଦ କରିଛନ୍ତି ମହିଳା ଅଧିକାର କର୍ମୀ । ତାଲିବାନ ଶାସନରେ ମହିଳାଙ୍କ ଗୋଟିଏ ପରେ ଗୋଟିଏ ଅଧିକାରକୁ କ୍ଷୁଣ୍ଣ କରାଯାଉଛି । ପୂର୍ବରୁ ଥିବା ମହିଳା ମନ୍ତ୍ରଣାଳୟ ବିଲ୍ଡିଂ ଏବେ ଧର୍ମ୍ରଚାର ଏବଂ ଅଧର୍ମ ନିବାରଣ ମନ୍ତ୍ରଣାଳୟ । ଏହି ମନ୍ତ୍ରଣାଳୟ ମହିଳାଙ୍କ ଉପରେ ନଜର ରଖିବ । ଏହାର ପ୍ରତିବାଦ ସହିତ ପୁଣି ମହିଳା ମନ୍ତ୍ରଣାଳୟ ଖୋଲିବାକୁ ଏହି ମହିଳା କର୍ମୀମାନେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ମହିଳାଙ୍କ ଶିକ୍ଷାକୁ ସଂକୁଚିତ କରିବାକୁ ଲାଗିଛି ତାଲିବାନ । ଛାତ୍ରୀଙ୍କ ସେକେଣ୍ଡାରୀ ସ୍କୁଲ ଉପରେ ଲଗାଇଛି ବ୍ୟାନ୍ । ସେକେଣ୍ଡାରୀ ସ୍କୁଲକୁ କେବଳ ଛାତ୍ରମାନେ ଆସିାରିବେ । ଆଉ ପୁରୁଷ ଶିକ୍ଷକମାନେ ହିଁ ପାଠ ପଢ଼ାଇପାରିବେ । ତାଲିବାନର ଏହି ଘୋଷଣା ପରେ ଚେତାବନୀ ଦେଇଛି ଜାତିସଂଘ । ମହିଳାଙ୍କୁ ଶିକ୍ଷାରୁ ବଞ୍ଚିତ କଲେ ପରିଣାମ ଭୟଙ୍କର ହେବ ବୋଲି କହିଛି ୟୁନାଇଟେଡ୍ ନେସନ୍ ଏଜୁକେସନାଲ ସାଇଣ୍ଟିଫିକ୍ ଆଣ୍ଡ କଲଚରାଲ ଏଜୁକେସନ(ୟୁନେସ୍କୋ) ଏବଂ ୟୁନାଇଟେଡ ନ୍ୟାସନାଲ ଚିଲଡ୍ରେନ୍ ଫଣ୍ଡ(ୟୁନିସେଫ) । ୟୁନେସ୍କୋ ମହାନିର୍ଦ୍ଦେଶକ ଆଣ୍ଡ୍ରେ ଅଜୋଲା କହିଛନ୍ତି ପୂର୍ବରୁ ଆଫଗାନ୍ ରେ ମହିଳା ଶିକ୍ଷାରେ ଭଲ ଅଗ୍ରଗତି ହୋଇଥିଲା । ଏହା ସୁରକ୍ଷିତ ରହୁ । ମହିଳାଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ମୌଳିକ ଅଧିକାରର ଉଲ୍ଲଂଘନ । ମହିଳା ଶିକ୍ଷା ଉପରେ ଆଫଗାନ୍ ର ଭବିଷ୍ୟତ ନିର୍ଭର କରେ ।

ଉଭୟ ପୁରୁଷ ଓ ମହିଳାଙ୍କ ଶିକ୍ଷା ଓ ଆଫଗାନ୍ ର ଭବିଷ୍ୟତକୁ ରୂପ ଦେବ । ଏଭଳି ଗୁରୁତ୍ୱୂର୍ଣ୍ଣ ସମୟରେ ମହିଳା ଶିକ୍ଷା ନିହାତି ଜରୁରି । ବିଶେଷକରି ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଶିକ୍ଷାରୁ ବଞ୍ôଚତ କଲେ ସେମାନେ ମୁଖ୍ୟସ୍ରୋତରୁ ଦୂରେଇ ଯିବେ ଏବଂ ବାଲ୍ୟବିବାହ ଭଳି ପଥ୍ର । ବଢବି଼ ।ରେ ଲାଗବି । ଫଳରେ ପଅୁ -ଝଅି ମାନଙ୍କ ମଧ୍ୟରେ ଶକ୍ଷିଣୀୟ ସମାନତା ଆହୁରି ବଢ଼ିପାରେ । ଏଥିସହିତ ଅଜୋଲା କହିଛନ୍ତି ଯେ, ଶିକ୍ଷିତ ଯୁବକଯୁବତୀ ଆଫଗାନ୍ ର ଭବିଷ୍ୟତ ଗଢ଼ିବେ । ସେଥିପାଇଁ ଝିଅମାନଙ୍କୁ ମଧ୍ୟ ଶିକ୍ଷାରେ ସମାନ ଅଧିକାର ଦେବା ଉଚିତ । ଏଥିସହିତ ସାମ୍ନାକୁ ଆସିଛି ନିଷ୍ଠୁର ତାଲିବାନର ଆଉ ଏକ ନୂଆ ବର୍ବରତା । ପଞ୍ଜଶିରରେ ନରସଂହାର କରିବା ପରେ ଏବେ ଶିକ୍ଷା ସହ ଶତ୍ରୁତା କରୁଛନ୍ତି ଏହି ତାଲିବାନୀ । ସ୍କୁଲ ଓ କଲେଜରେ ନିଆଁ ଲଗାଇ ହୀନମନ୍ୟତାର ପରିଚୟ ଦେଉଛନ୍ତି ।

Comments are closed.