ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ପ୍ରତିନିଧି : ମହିଳା ସଶକ୍ତିକରଣ ପଦକ୍ଷେପକୁ ପ୍ରଶଂସା

86

ଭୁବନେଶ୍ୱର : ରାଜ୍ୟର ମହିଳା ସଶକ୍ତିକରଣ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘର ମହିଳା ପ୍ରତିନିଧି ସୁଶାନ ଜେନ୍ ଫର୍ଗୁସନ୍ଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ବୈଷୟିକ ଶିକ୍ଷାରେ ସ୍ନାତକ ହାସଲ କରୁଥିବା ପ୍ରତି ୩ ଜଣଙ୍କ ମଧ୍ୟରେ ଯେଭଳି ଜଣେ ମହିଳା ରହିବେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସେ ମୁଖ୍ୟମନ୍ତ୍ରୀ । ବୈଷୟିକ ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ମହିଳାଙ୍କ ନିଯୁକ୍ତି ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । “ସୁଦକ୍ଷା’ ଭଳି ଯୋଜନାରେ ମହିଳାମାନେ ରାଜ୍ୟରେ ଆଇଟିଆଇ ଅଧ୍ୟୟନ କରୁଛନ୍ତି । ଏହି ଯୋଜନାରେ ଫଳରେ ମହିଳାଙ୍କ ଆଇଟିଆଇ ପାଠ୍ୟକ୍ରମରେ ନାମଲେଖା ୬ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି ଘଟିଛି । ମ୍ୟାନୁଫ୍ୟାକ୍ଟରିଂ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ମହିଳାଙ୍କର ଭୂମିକା ଅତି ଉଚ୍ଚକୋଟିର ରହିଛି । ମହିଳାଙ୍କ ଦ୍ୱାରା ପରିଚାଳିତ କାରଖାନା ରାଜ୍ୟର ଲକ୍ଷ୍ୟ ରହିଛି । ସେମାନଙ୍କୁ ମଧ୍ୟ ଆଗକୁ ରାଜ୍ୟ ସରକାର ସମସ୍ତ ସହାୟତା କରିବେ ବୋଲି ଆଲୋଚନା ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ଆଗକୁ ମହିଳାଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯିବ । ଯେଉଁ ମହିଳାମାନେ ଅଧାରୁ ପାଠପଢା ବନ୍ଦ କରିଛନ୍ତି ସେମାନଙ୍କୁ ଆଉଥରେ ସୁଯୋଗ ଦିଆଯିବ । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ଏହି ଅବସରରେ ଜାତିସଂଘର ମହିଳା ପ୍ରତିନିଧି ଫର୍ଗୁସନ୍ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ମିଶନ ଶକ୍ତି ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ରାଜ୍ୟରେ ଗରିବ ହ୍ରାସ ପାଇଁ ସରକାର କରୁଥିବା ଯୋଜନାକୁ ମଧ୍ୟ ଫର୍ଗୁସନ୍ ପ୍ରଶଂସା କରିଛନ୍ତି । ଆଜିର ଆଲୋଚନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.