କେୟାର ଟେକର ହୋଇ ପାରିବେନି ସମ୍ପତ୍ତି ମାଲିକ

0 56

ନୂଆଦିଲ୍ଲୀ : କୌଣସି ସମ୍ପତ୍ତିର ଦେଖାଶୁଣା କରୁଥିବା କର୍ମଚାରୀ ଅଥବା କେୟାର ଟେକର ଏହାର ମାଲିକ ହୋଇପାରିବେ ନାହିଁ । ସେମାନେ ଏହାର ରକ୍ଷଣାବେକ୍ଷଣା ଯେତେବର୍ଷ କଲେ ମଧ୍ୟ ଏହାର ମାଲିକାନା ତାଙ୍କୁ ପ୍ରଦାନ କରାଯାଇପାରିବ ନାହିଁ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱୂର୍ଣ୍ଣ ରାୟ ଶୁଣାଇଛନ୍ତି । ବିଚାରପତି ଅଜୟ ରସ୍ତୋଗୀ ଏବଂ ଏ.ଏସ୍.ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସମ୍ପତ୍ତିର ମାଲିକାନା ପାଇଁ କର୍ମଚାରୀ ଅବା କେୟାର ଟେକରଙ୍କ ପକ୍ଷରୁ କୌଣସି ଦାବି କରାଯାଇପାରିବ ନାହିଁ । କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । କୋଲକାତା ହାଇକୋର୍ଟ ସମ୍ପତ୍ତିର ଦେଖାଶୁଣା କରୁଥିବା କର୍ମଚାରୀଙ୍କ ସପକ୍ଷରେ ରାୟ ଦେଇଥିଲେ । ତେବେ ସର୍ବୋଚ୍ଚ ନ୍ୟାୟାଳୟ ୩ମାସ ମଧ୍ୟରେ ସମ୍ପତ୍ତି ଖାଲି କରି ମାଲିକଙ୍କୁ ଦେବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅବୈଧ କବ୍ଜା ନ ଛାଡ଼ିଲେ କର୍ମଚାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.