ହାତୀ ଉଦ୍ଧାର ବେଳେ ଓଲଟିଲା ବୋଟ୍ , ଚାଲିଗଲେ ସାମ୍ବାଦିକ ଅରିନ୍ଦମ ଦାସ

0 67

ଭୁବନେଶ୍ୱର : କଟକ ମୁଣ୍ଡଳି ବ୍ୟାରେଜଠାରେ ମହାନଦୀରେ ଫସି ରହିଥିବା ହାତୀ ଉଦ୍ଧାର କରିବାବେଳେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ପ୍ରାଣ ହରାଇଛନ୍ତି । ତାଙ୍କ ସହିତ ଥିବା କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଗୁରୁତର ଅଛନ୍ତି । ଉଦ୍ଧାର କରିବାକୁ ନଦୀକୁ ଓହ୍ଲାଇଥିବା ଓଡ୍ରାଫର ରବର ବୋଟରେ ଖବର ସଂଗ୍ରହ କରିବାକୁ ଅରିନ୍ଦମ ଯାଇଥିଲେ । ତାଙ୍କ ମୃତ୍ୟୁ ସମ୍ପର୍କରେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଅଧିକାରୀ ଡ.ଭୁବନାନନ୍ଦ ମହାରଣା ସ୍ପଷ୍ଟ କରିଛନ୍ତି । କ୍ୟାମେରାମ୍ୟାନ ପ୍ରଭାତ ଆଇସିୟୁରେ ଥିବା ସେ କହିଛନ୍ତି ।

ସୂଚନା ଅନୁଯାୟୀ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ପାଣିର ପ୍ରଖର ସ୍ରୋତରେ ଖସିପଡ଼ିଥିଲା । ଫଳରେ ବୋଟରେ ଥିବା ଓଡ୍ରାଫ କର୍ମଚାରୀଙ୍କ ସହ ଅରିନ୍ଦମ ଓ ପ୍ରଭାତ ପାଣିରେ ଖସିପଡ଼ିଥିଲେ । ପରେ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଥିଲା । ସେଠାରେ ଅରିନ୍ଦମଙ୍କୁ ରିସିଭ୍ ଡେଡ୍ ଘୋଷଣା କରାଯାଇଥିଲା । ପ୍ରଭାତ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି ।

Leave A Reply

Your email address will not be published.