ଖଡ଼ିଆଳ ସହରରେ ବାଇକ୍ ଚୋର ସକ୍ରିୟ

0 60

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏମଆଇ ଡିଭିଜନ ପାଖରେ ଥିବା ବିଶୋଇ କଲୋନୀରୁ ଗତ ରାତି ପ୍ରାୟ ୨ ଟା ସମୟରେ ୨ ଗୋଟି ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହି ଚୋରି ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି । କଲୋନୀରେ ରହୁଥିବା ରାଜେନ୍ଦ୍ର ବେହେରା ଏବଂ ଜଗଦେଵ ନାଗଙ୍କ ୨ ଟି ବାଇକ ଚୋରି ହୋଇଛି । ଚୋର ଜଣକ ମୁହଁରେ କପଡା ଘୋଡାଇ ଚୋରି କରୁଥିବା ଦେଖିବାକୁ ମିଳିଛି । ଖଡ଼ିଆଳ ପୋଲିସ ଆଇଆଇସି କୈଳାସ ଚନ୍ଦ୍ର ସେଠି ଖବର ପାଇଲା ପରେ ସବ ଇନିସପେକ୍ଟର ଜିତେନ୍ଦ୍ର ନାଏକଙ୍କୁ ତଦନ୍ତ କରିବା ପାଇଁ ପଠାଇଥିଲେ । ପୁଣି ଖଡ଼ିଆଳ ହସ୍ପିଟାଲରେ କର୍ମଚାରୀ ଧବଳେଶ୍ବର ମେହେରଙ୍କ ବାଇକ୍ ମଧ୍ୟ ଚୋରି ହୋଇଛି । ପୋଲିସ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ଚୋରି ସଂଖ୍ୟା ବଢି ବଢି ଚାଲିଛି ବୋଲି ଅଭିଯୋଗ ହେଉଛି । ଖଡ଼ିଆଳ ପୋଲିସ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.