ଗ୍ରାମୀଣ ଜନ ଜୀବନର ଅନନ୍ୟ ମହୋତ୍ସବ ଜେରକନ୍ଦର ଭାଲୁକୁଣି ମେଲଣ !

0 75

ମାହାଙ୍ଗା : ଗ୍ରାମୀଣ ଜନଜୀବନର ସରଳ, ତରଳ, ଆଧ୍ୟାତ୍ମିକ ଚେତନା ଭିତରେ ମହକି ଉଠେ ବାର ମାସରେ ତେର ପର୍ବ। ଖୁଦୁରୁକୁଣୀ ମେଲଣକୁ ନେଇ ଗାଁ’ ଗହଳରେ ଆଜିବି ସାଂସ୍କୃତିକ ବିଭବର ମହକ ବାରିହୋଇପଡ଼େ । ଝିଅମାନେ ଅତ୍ୟନ୍ତ ନିଷ୍ଠା ଓ ଆଗ୍ରହର ସହିତ ଏହି ପାର୍ବଣକୁ ପାଳନ କରିବା ଦେଖିବାକୁ ମିଳେ । କଟକ ଜିଲ୍ଲା ଅନ୍ତର୍ଗତ କଳା ଓ ସଂସ୍କୃତିର ପୀଠ ମାହାଙ୍ଗା । ଏହି ମାହାଙ୍ଗା ବ୍ଲକର ରାହାଣିଆ, ଲଳିତଗିରି ଓ ପଣସପୁର ପଞ୍ଚାୟତର ତ୍ରିକୋଣ ଭୂମିରେ ରହିଥିବା ଐତିହାସିକ ଜେରକନ୍ଦ ମେଳଣ ପଡିଆ ଠାରେ ଯାକ ଜମକରେ ଅନୁଷ୍ଠିତ ହୋଇଯାଇଛି ଖୁଦୁରୁକୁଣୀ ମେଲଣ । ଏହି ମେଲଣ ପଡ଼ିଆରେ ତିନୋଟି ପଞ୍ଚାୟତରୁ ମା’ ମଙ୍ଗଳାଙ୍କ ସୁଶୋଭିତ ବିମାନ ଗୁଡିକ ପହଂଚି ଥାଏ । ମେଲଣ ପଡ଼ିଆରେ ଏକତ୍ରିତ ହୋବାପରେ ମାଆଙ୍କୁ ଭୋଗଲାଗି ହୁଏ । ପଲ୍ଲୀ ଗାଁ’ର ଧାରେ ଧାରେ କୁଳୁକୁଳୁ ହୋଇ ପ୍ରବାହିତ ଗୋବରୀ ନଦୀରେ ମା’ ମଙ୍ଗଳାଙ୍କ ପ୍ରତିମୂର୍ତ୍ତିକୁ ଯୁବତୀମାନେ ବିସର୍ଜନ କରିବାକୁ ପହଂଚି ଯାଆନ୍ତି । ଏହି ଶୋଭାଯାତ୍ରାରେ ରାହାଣିଆ ପଞ୍ଚାୟତ ବ୍ରାହ୍ମଣ ସାହିର ମଙ୍ଗଳା ଠାକୁର, ପଣସପୁର ବିଶ୍ଵାଳ ସାହି ଠାକୁର, ଲଳିତଗିରି ପଞ୍ଚାୟତ ସାମଲ ସାହି, ଗଉଡ ସାହି, କୁମ୍ଭାର ସାହି, କେଉଟ ସାହି ଓ ଜେରକନ୍ଦ ଗାଁ’ର ଗଉଡ ସାହି ଠାକୁର ଗୁଡିକୁ ଏକ ବିଶାଳ ଶୋଭା ଯାତ୍ରାରେ ନିଆଯାଇଥାଏ ।

ହଜାର ହଜାର ଶ୍ରଦ୍ଧାଳୁଙ୍କ କାନ୍ଧରେ ବିରାଜମାନ ହୋଇ ମାଆ ମଙ୍ଗଳା ମେଲଣ ପଡିଆରେ ପହଞ୍ଚିବା ଓ ବାଜ ବାଣ ଘଣ୍ଟ ଘଣ୍ଟା, ତୂରୀ ଭେରୀ ନୃତ୍ୟ ସଙ୍ଗୀତର ତାଳେ ତାଳେ ସମଗ୍ର ଜନପଦ ମନ୍ତ୍ରମୁଗ୍ଧ ହୋଇଉଠେ । ଏହି ମେଲଣ ପଡ଼ିଆରେ ବିଶ୍ଵାଳ ସାହି ଠାକୁର ଥାନପତି ଭାବେ ବିରାଜମାନ କରନ୍ତି । କାହିଁ କେଉଁ କାଳରୁ ଏହି ମେଲଣ ଆରଂଭ ହୋଇ ଅଦ୍ୟାବଧି ଗ୍ରାମର ସାଂସ୍କୃତିକ ଓ ଧର୍ମୀୟ ପରମ୍ପରାକୁ ବଂଚେଇ ରଖିଛି, ଯାହାର ହିସାବ କେହି ରଖି ନାହାନ୍ତି । ଏହି ମେଲଣ ମାଧ୍ୟମରେ ଭାଇଚାରା ଓ ସଦଭାବନକୁ ଅକ୍ଷ୍ୟୁର୍ଣ୍ଣ ରଖିବା ସବୁଠାରୁ ବଡ଼କଥା । କୁମାରୀ ମାନଙ୍କ ଭିତରେ ଏ ଜାତିର ପ୍ରାଣସ୍ପନ୍ଦନକୁ ଜୀବନ୍ତ ରହିବା ପାଇଁ ଭାଲୁକୁଣି ଓଷା ଓ ମେଲଣ ଯାତ୍ରାର ନିଆରା ସ୍ମୁତି ସବୁବେଳେ ଅପାସୋରା ।

Leave A Reply

Your email address will not be published.