୭ ବର୍ଷ ପରେ ନାବାଳିକାଙ୍କୁ ମିଳିଲା ନ୍ୟାୟ : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

0 68

ଝାରସୁଗୁଡ଼ା : ୭ ବର୍ଷ ତଳେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲିଙ୍କୁ ମଙ୍ଗଳବାର ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏଥି ସହ ଅଭିଯୁକ୍ତଙ୍କୁ ୨ ପୃଥକ୍ ଦଫାରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍ ମଦନଲାଲ୍ କେଡିଆ ।

ଜରିମାନା ରାଶି ଖିଲାପ ହେଲେ ଜେଲ ଦଣ୍ଡାଦେଶ ବୃଦ୍ଧି ହୋଇପାରେ । ଏହି ମାମଲାରେ ସମୁଦାୟ ୩୬ଜଣ ସାକ୍ଷୀଙ୍କ ବୟାନ ପୀଡିତାଙ୍କ ସପକ୍ଷରେ ଯାଇଥିଲା । ପୀଡିତାଙ୍କ ପକ୍ଷରୁ ସରକାରୀ ଓକିଲ ପୃଥୀରାଜ ସିଂହଦେଓ ଓ ଅଭିଯୁକ୍ତଙ୍କ ତରଫରୁ ଓକିଲ ଡାକେଶ୍ୱର ପାଣ୍ଡେ ମାମଲା ଲଢୁଥିଲେ ।

ସୂଚନାନୁସାରେ, ୨୦୧୪ ଅକ୍ଟୋବର ୩ ତାରିଖରେ ଲଇକେରା ଥାନା ଅଞ୍ଚଳର ଜଣେ ୧୬ବର୍ଷିୟା ନାବାଳିକା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ଅଭିଯୁକ୍ତ ଜଣକ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ପରେ ହତ୍ୟା କରିଥିଲେ । ମୃତା ନାବାଳିକାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକୁ ନେଇ ଲଇକେରା ଥାନା (କେସ୍ ନଂ୧୦୭/୧୪)ରେ ଏକ ମାମଲା ରୁଜୁ ହୋଇଥିଲା ।

Leave A Reply

Your email address will not be published.