ଦୁଇ ଦିନିଆ ସ୍ବଚ୍ଛତା ଦିବସ ପାଳନ

0 72

ଗଞ୍ଜାମ : ପଞ୍ଚାୟତ ସ୍ତରୀୟ ଦୁଇ ଦିନିଆ ସ୍ବଚ୍ଛତା ଦିବସ ପାଳନ ଆଜିଠାରୁ ଆରମ୍ଭ ହୋଇଛି । ଆଜି ଏବଂ ଆସନ୍ତା କାଲି ହେବାକୁ ଥିବା ଏହି ଦିବସ ପାଳନ ଅବସରରେ ସଚେତନତା ରାଲି ଏବଂ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ କରିବା ପାଇଁ ଲୋକମାନଙ୍କୁ ନିବେଦନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବେଗୁନିଆପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ରାଲି ବାହାରି ବେଗୁନିଆପଡ଼ା ପରିକ୍ରମା କରିଥିଲା । ବିଡ଼ିଓ ବେଦବର ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟବେକ୍ଷକ ଜ୍ୟୋତି ପ୍ରକାଶ ମହାନ୍ତି, ବେଗୁନିଆପଡ଼ା ସରପଞ୍ଚ ଅରୁଣ କୁମାର ମାଝୀ, କନିଷ୍ଠ ଯନ୍ତ୍ରୀ ମମତା ପଣ୍ଡା, ବ୍ଲକ ସଂଯୋଜକ ଅନିରୁଦ୍ଧ ପରିଡ଼ା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.