ନିଶ୍ଚିନ୍ତକୋଇଲି ବ୍ଲକ୍ ଜମାରା ଗ୍ରାମପଞ୍ଚାୟତରୁ ବିଜେପି ଦଳ ଛାଡ଼ି ୧୫୦ରୁ ଉର୍ଦ୍ଧ ଲୋକ ବିଜେଡି ଦଳରେ ମିଶିଲେ

0 54

ନିଚିନ୍ତକୋଇଲି : ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଜମରା ପଞ୍ଚାୟତରୁ ୧୫୦ ଜଣରୁ ଉର୍ଦ୍ଧ ବିରୋଧୀ ବିଜେପି ଦଳର କର୍ମୀ ତାଙ୍କ ନିଜ ଦଳ ପରିତ୍ୟାଗ କରି ପୁରୁଣା ବିଜେପି ନେତା ଆଶୁତୋଷ ତ୍ରିପାଠୀଙ୍କ ନେତୃତ୍ବରେ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ନୀତି ଆଦର୍ଶ ଓ ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ୱ ଓ ନିଶ୍ଚିନ୍ତକୋଇଲି ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପଞ୍ଚାୟତ କୈଳାଶ ମଣ୍ଡପ ଠାରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିବା ସହ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ସହିତ ରହି ଆଗାମୀ ଦିନରେ ପଞ୍ଚାୟତର ଉନ୍ନତି କରିବା ସହ ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.