ଯୁବକଙ୍କୁ ଗୁଳିମାଡ ଘଟଣା

0 65

-ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ
-ବନ୍ଧୁକ ଓ ୪୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ନୂଆ ସାହିରେ ଗତକାଲି ଘଟିଯାଇଥିବା ଗୁଳିକାଣ୍ଡ ଘଟଣାରେ ବେଗୁନିଆ ଥାନା ପୋଲିସ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଓ ୪୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି । ଏଥି ସହିତ ସେ ବ୍ୟବହାର କରୁଥିବା ଏକ ବାଇକ୍ କୁ ମଧ୍ୟ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ମଧୁପୁର ଗ୍ରାମର ଅବସରପ୍ରାପ୍ତ ସୁବେଦାର ମେଜର ପ୍ରଶନ୍ନ ନାୟକ ।

ପୋଲିସର ସୂଚନା ମୁତାବକ, ଗିରଫ ପ୍ରଶନ୍ନ ଚାକିରୀରୁ ଅବସର ନେବା ପରେ ଆଇଆଇଟି, ଅରୁଗୁଳରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଧାର ନେଇଥିବା ଟଙ୍କା ମାଗିବାରୁ ଉତକ୍ଷିପ୍ତ ହୋଇ ବିଭୂତିଭୂଷଣ ଜେନାଙ୍କ ଉପରକୁ ଗୁଳି ଚଳାଇଥିଲେ ପ୍ରଶନ୍ନ । ତେବେ ଏହି ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ବିଭୂତି ବର୍ତମାନ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅଛନ୍ତି ।

Leave A Reply

Your email address will not be published.