ଶିଶୁମାନଙ୍କ ଟିକାକରଣ ପାଇଁ ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ରସ୍ତୁତି: ସ୍ୱାସ୍ଥ୍ୟ ନିର୍ଦେଶକ

64

ଭୁବନେଶ୍ୱର : ରାଜ୍ୟର ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ଆସନ୍ତାକାଲିଠାରୁ ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କେନ୍ଦ୍ର ପକ୍ଷରୁ ଭର୍ଚୁଆଲ ମୋଡରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଆମ ରାଜ୍ୟରେ କୋଟିଏ ଚାଳିଶି ଲକ୍ଷ ୨ ରୁ ୧୮ ବର୍ଷ ବୟସ୍କ ପିଲା ଅଛନ୍ତି ।

ସେ ଆହୁରି କହିଛନ୍ତି ଯେ ଆମେ ପ୍ରସ୍ତୁତ ଅଛୁ, ଯେକୌଣସି ମୁହୂର୍ତରେ ଅନୁମତି ମିଳିଲେ, କେନ୍ଦ୍ରରୁ ଆଉ ଟିକା ଆସିଲେ, ଆମେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରିବୁ ।

ଆମ ଦେଶରେ ଶହେ କୋଟି ଟିକାକରଣ ଟପିଥିବାରୁ ସେ ପ୍ରସନ୍ନତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଆମ ରାଜ୍ୟରେ ମଧ୍ୟ ବର୍ତମାନ ସୁଦ୍ଧା ୩ କୋଟି ୪୮ଲକ୍ଷ ଟିକାକରଣ ହେଇଛି । ଓଡ଼ିଶାରେ୨୨ ଲକ୍ଷରୁ ଟିକା ଆହୁରି ମହଜୁଦ ଅଛି ।

Comments are closed.