କାକୁଡ଼ି ଶରୀର ପାଇଁ ଲାଭଦାୟକ

67

କାକୁଡ଼ି ରକ୍ତରେ ଶର୍କରା ସ୍ତରକୁ ବଜାୟ ରଖିବାରେ ସାହାଯ୍ୟ କରେ ଶରୀର ପାଇଁ କଞ୍ଚା ପନିପରିବା ଓ ଫଳ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ସେହି ମଧ୍ୟରେ କାକୁଡ଼ି ଶରୀର ପାଇଁ ବହୁ ଉପଯୋଗୀ ଓ ଲାଭଦାୟକ ହୋଇଥାଏ । କାକୁଡ଼ିରେ ମୃଦୁ, ସତେଜ ସ୍ୱାଦ ଏବଂ ଅଧିକ ଜଳୀୟ ପଦାର୍ଥ ରହିଥାଏ । କାକୁଡିରେ ବିଭିନ୍ନ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରରେ କ୍ୟାଲୋରୀ, ଚର୍ବି, କୋଲେଷ୍ଟ୍ରଲକୁ କମ୍ କରିଥାଏ । କାକୁଡ଼ିରେ ଅଧିକାଂଶ ଜଳର ପରିମାଣ ଅଧିକ ରହିଥାଏ । ଯାହା ବ୍ୟାୟାମ ପରେ ଡିହାଇଡ୍ରେସନ୍ ରୋକିବାରେ ସାହାଯ୍ୟ କରିଥାଏ । କାକୁଡି ହେଉଛି ସବୁଠାରୁ ହାଇଡ୍ରେଟିଂ ଖାଦ୍ୟ । ଏହା ଖାଦ୍ୟକୁ ସହଜରେ ହଜମ କରାଇଥାଏ । ପ୍ରତିଦିନ କାକୁଡି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

ହାଡ଼କୁ ମଜବୁତ କରାଏ କାକୁଡ଼ି । କାକୁଡିରେ ଭିଟାମିନ୍-ଡିର ପରିମାଣ ଭରପୁର ମାତ୍ରାରେ ରହିଥାଏ । ସୁସ୍ଥ ହାଡ଼ ପାଇଁ ଭିଟାମିନ୍-ଡି ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରତିଦିନ କାକୁଡି ଖାଇବା ଦ୍ୱାରା ହାଡ଼କୁ ମଜବୁତ ହୋଇଥାଏ । କାକୁଡ଼ିରେ ଉଚ୍ଚ ସ୍ତରର ପୋଷକ ତତ୍ତ୍ୱ ରହିଥାଏ ଯାହାକି କାକୁର୍ବିଟାସିନ୍ ଭାବରେ ଜଣାଶୁଣା । ଯାହାକି ଶରରୀରେ କର୍କଟ ରୋଗର ସମସ୍ୟାକୁ ଦୂର କରିଥାଏ ।କାକୁଡ଼ି ଖାଇବା ଦ୍ୱାରା ଓଜନ କମିଥାଏ । କାକୁଡିରେ କ୍ୟାଲୋରୀ କମ୍ ଏବଂ ପୋଷକ ତ୍ତ୍ତ୍ୱ ଅଧିକ
ରହିଥାଏ । କାକୁଡ଼ି ଖାଇବା ଦ୍ୱାରା ଆପଣଙ୍କୁ ପେଟ ଭରପୁର ଥିବା ଭଳି ଅନୁଭବ ହୁଏ ଏବଂ କ୍ଷୁଧା ଦୂର ହୋଇଥାଏ । ଯାହା ଆପଣଙ୍କୁ ଓଜନ କମାଇବାରେ ସାହାଯ୍ୟ କରିଥାଏ ।

କାକୁଡ଼ି ରକ୍ତରେ ଶର୍କରା ସ୍ତରକୁ ବଜାୟ ରଖିବାରେ ସାହାଯ୍ୟ କରେ । ପ୍ରତିଦିନ କାକୁଡି ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥାଏ । କାକୁଡି ଖାଇବା ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ୍ ଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରାଏ କାକୁଡ଼ି । କାକୁଡିରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ରହିଥାଏ ଯାହାକି କ୍ଷତିକାରକ । ମୁକ୍ତ ରେଡିକାଲ୍ ସଂଗ୍ରହକୁ ରୋକିଥାଏ,ଏପରିକି ସେମାନେ କ୍ରନିକ୍ ରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ । କାକୁଡ଼ି ଆପଣଙ୍କ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେରେ ସାହାଯ୍ୟ କରିଥାଏ । କାକୁଡିରେ ଭିଟାମିନ୍-ଏ ମଧ୍ୟ ଥାଏ ଯାହା ଆମର ଦୃଷ୍ଟିଶକ୍ତିରେ ଉନ୍ନତି ଆଣିଥାଏ । କାକୁଡ଼ି ଖାଇବା ଦ୍ୱାରା ଚର୍ମରେ ଚମକ ଆସିଥାଏ । ପ୍ରତିଦିନ କାକୁଡି ଖାଇବା ଦ୍ୱାରା ଶରୀରରେ ଚର୍ମ ସମସ୍ୟା ଦୂର ହୋଇଥାଏ ।

Comments are closed.