ହାଇକୋର୍ଟରେ ମମିତା ହତ୍ୟା ମାମଲା

59

କଟକ : ହାଇକୋର୍ଟରେ ପହଞ୍ଚିଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିରେ ହୋଇକୋର୍ଟରେ ଦାୟର ହେଲା ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ମାମଲାର ସିବିଆଇ ତଦନ୍ତ ଦାବି ସହ ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି । ଯେହେତୁ ଏହି ଘଟଣାରେ ବହୁ ପ୍ରଭାବଶାଳୀ ଲୋକ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଉଛି, ତେଣୁ ରାଜ୍ୟ ପୋଲିସ ଏ ବାବଦରେ ନିରପେକ୍ଷ ତଦନ୍ତ କରିପାରିବା କଷ୍ଟକର ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏହାସହ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ନେଇ ପୋଲିସ ବାରାକ୍ରେ ରଖିବା ଓ ସେଠାରୁ ସେ ରହସ୍ୟଜନକ ଭାବେ ଫେରାର ହେଇଯିବା ଘଟଣା ପୋଲିସର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବୋଲି ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଛନ୍ତି । ଏହାସହ ଏ ନେଇ ପୋଲିସର ଭୂମିକା
ବାବଦରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ । ସେପଟେ ଏହି ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ।

ଗୋବିନ୍ଦ-ରାଧେ ପରେ କିଏ ? ସ୍କାନରରେ ୧୧ଜଣ: ୨ ଯୁବତୀ ଅଟକ :

-କେ ଗାଁ ଥାନା ଅଧିକାରୀ ନିଲମ୍ବିତ

ତଦନ୍ତ ବଢ଼ିବା ସହ ସମ୍ପୃକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ପୋଲିସ ତଦନ୍ତ ଯେତିକି ଆଗକୁ ବଢ଼ୁଛି ଆଗକୁ ଆସୁଛି ନୂଆ ନୂଆ ତଥ୍ୟ । କଳାହାଣ୍ଡି ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରାଯାଇଛି । ଆଜି ଏହି କଲେଜର ଯୁକ୍ତ ୩ ମହିଳା ହଷ୍ଟେଲ ଗେଟ୍ ଭାଙ୍ଗି ଯାଞ୍ଚ କରିଛି ପୋଲିସ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର କଳାହାଣ୍ଡି ଏବଂ ବଲାଙ୍ଗିର ଏସ୍ପିଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଛି । ଏହା ପୂର୍ବରୁ ମିନି ଷ୍ଟାଡିୟମ୍ ଯାଇ କ୍ରାଇମ୍ ସ୍ପଷ୍ଟରେ ଛାନ୍ଭିନ୍ କରିଥିଲେ । ୯ଜଣିଆ ସ୍ୱତନ୍ତ୍ର ପୋଲିସ ଟିମ୍ ତଦନ୍ତ ବେଳେ ଆଜି ଦୁଇଟି ପୋଡା ସାମଗ୍ରୀ ଜବତ କରିଛନ୍ତି । ମମିତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସ୍ଥାନରୁ ମୋବାଇଲ୍ ଫୋନ୍ ର କିଛି ଅଂଶ ମିଳିଥିବା ସୂଚନା ମିଳିଛି । ପୂର୍ବରୁ ମମିତାଙ୍କ ଶରୀରର କିଛି ଅଂଶ, ପାଉଁଜି, ଚେନ୍ ଓ ଭ୍ୟାନିଟି ବ୍ୟାଗ୍ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ଆଜି ପୋଲିସ ଆଉ ଜଣକୁ ଗିରଫ କରିଛି । ସେ ହେଉଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର କାର ଡ୍ରାଇଭର ରାଧେଶ୍ୟାମ ଚଣ୍ଡି । ଗିରଫ ପରେ ତାକୁ ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟକୁ ଚାଲାଣ କରାଯାଇଛି । ଏହି ମାମଲାରେ ଗିରଫ ସଂଖ୍ୟା ୨ରେ ପହଞ୍ଚିଛି । ଏଥିସହିତ ପୋଲିସ ସ୍କାନରରେ ମଧ୍ୟ ଆହୁରି ୧୧ଜଣ ଅଛନ୍ତି । ସେଥିମଧ୍ୟରୁ ଦୁଇ ଯୁବତୀଙ୍କୁ ବଲାଙ୍ଗିର ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ଆଉଜଣେ ଛାତ୍ରୀ । ଅଟକ ଥିବା ଅନ୍ୟ ଦୁଇଜଣଙ୍କୁ ରାଜସାକ୍ଷୀ କରିଛି ପୋଲିସ । ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନ୍ସୀ ଗୁପ୍ତେଶ୍ୱର ତାଣ୍ଡିଙ୍କୁ ରାଜସାକ୍ଷୀ କରାଯାଇଛି ।

ଅନ୍ୟପକ୍ଷରେ କର୍ତ୍ତବ୍ୟରେ ଅବହେଳା ପାଇଁ କେ ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ନିଲମ୍ବନ କରିଛନ୍ତି କଳାହାଣ୍ଡି ଏସ୍ପି । ମମିତା ନିଖୋଜ ସମ୍ପର୍କରେ ଏତଲା ପାଇଁ ପରିବାର ଲୋକେ କେ ଗାଁ ଥାନାକୁ ଆସିଥିଲେ । କିନ୍ତୁ ଥାନା ଅଧିକାରୀ ଶ୍ରୀ ପରଜା ତାଙ୍କ ଏତଲା ରଖିବାକୁ ମନା କରିଥିଲେ ।

Comments are closed.