ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

69

କେନ୍ଦୁଝର : କେନ୍ଦୁଝରରେ ଏକ ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଦୁଷ୍କର୍ମ ପରେ କେହି ଦୁର୍ବୃତ ତାକୁ ହତ୍ୟା କରି ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି । କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହଳଦିଆଗୁଣା ଗ୍ରାମ ନିକଟରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । ଆଜି ସକାଳୁ ଗ୍ରାମର ରେଣ୍ଡ ମୁଣ୍ଡାଙ୍କ ୪ ବର୍ଷର ଝିଅର ମୃତଦେହ ଉଲଗ୍ନ ଅବସ୍ଥାରେ ଗ୍ରାମ ମୁଣ୍ଡରେ ଥିବା ଏକ ବାଡିରୁ ଉଦ୍ଧାର କରିଛି ପୋଲିସ । ଶିଶୁକନ୍ୟାଟି ଗତ ୨୦ ତାରିଖ ରାତି ଠାରୁ ନିଖୋଜ ଥିବା ବେଳେ ଆଜି ସକାଳୁ ତାର ମୃତଦେହକୁ ସେହି ଗ୍ରାମରେ ଠାବ କରିଛି ପୋଲିସ ।

ପରିବାର ଲୋକଙ୍କ କହିବା ଅନୁସାରେ, ଗତ ୨୦ ତାରିଖ ସନ୍ଧ୍ୟା ସମୟରେ ଗ୍ରାମରେ ଲକ୍ଷ୍ମୀ ପୂଜାରେ ଚାଲିଥିବା ଝୁମର ନାଚ ଦେଖିବାକୁ ଶିଶୁ କନ୍ୟାଟି ତା ପରିବାର ଲୋକଙ୍କ ସହ ଯାଇଥିଲା । ଏବଂ ସେଠାରେ ଝୁମର ନାଚ ମଧ୍ୟ ଦେଖୁଥିଲା । ହେଲେ କିଛି କିଛି ସମୟ ପରେ ତା ମା ଆଉ ଶିଶୁ କନ୍ୟାଟିକୁ ପାଖରେ ପାଇ ନଥିଲେ । ଫଳରେ ବ୍ୟସ୍ତ ହୋଇ ସେ ଆଖ ପାଖରେ ଝିଅକୁ ବହୁତ ଖୋଜା ଖୋଜି କରବା ପରେ ନ ପାଇବାରୁ ଏହି କଥା ସ୍ୱାମୀଙ୍କୁ ଜଣାଇଥିଲେ । ସ୍ୱାମୀ ସ୍ତ୍ରୀ ଉଭୟେ ଝିଅକୁ ଅନେକ ଖୋଜା ଖୋଜି କରିଥିଲେ ମଧ୍ୟ ଶିଶୁକନ୍ୟାକୁ ପାଇ ପାରି ନଥିଲେ । ଫଳରେ ଦୁଃଖରେ ଭାଙ୍ଗି ପଡିଥିବା ସ୍ୱାମୀ ରେଣ୍ଡ ମୁଣ୍ଡା ଶେଷରେ ଯାଇ ସଦର ଥାନାରେ ଅଭିଯୋଗ କରିଥିଲେ । ଏବଂ ପୋଲିସ ମଧ୍ୟ ଗତକାଲି ଆସି ଗାଁ ରେ ଖୋଜା ଖୋଜି କରି ନ ପାଇ ଫେରିଯାଇଥିଲା । ଶେଷରେ ଆଜି ସକାଳେ ପୋଲିସ ଗାଁ ଲୋକଙ୍କ ସହ ଖୋଜା ଖୋଜି କରୁଥିବା ସମୟରେ ଗାଁ ମୁଣ୍ଡ ଏକ ବାଡିରୁ ଶିଶୁଟିର ମୃତଦେହ ଉଲଗ୍ନ ଅବସ୍ଥାରେ ପାଇଥିଲେ । ଶିଶୁର ବାପା ଅନୁମାନ କରୁଛନ୍ତି ଯେ କେହି ତାକୁ ଦୁଷ୍କର୍ମ କରି ହତ୍ୟା କରି ସେଠାରେ ଛାଡି ଚାଲିଯାଇଛିି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.