ଖଲ୍ଲିକୋଟ ପୋଲିସର ଚଢ଼ଉ : ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ, ୭୫ ଲକ୍ଷ ୯ ହଜାର ଟଙ୍କା ନଗଦ ସହ ୮କେଜି ୫୯୬ ଗ୍ରାମ ସୁନା ଜବତ

57

ଗଞ୍ଜାମ : ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକଙ୍କ ଘରୁ ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ସହିତ ୧୦ କେଜି ୧୦ ଗ୍ରାମ ଅଫିମ, ୭୫ ଲକ୍ଷ ୯ ହଜାର ଟଙ୍କା ନଗଦ ସହ ୮ କେଜି ୫୯୬ ଗ୍ରାମର ସୁନା ଜବତ ହୋଇଛି । ତେବେ ରଜନୀକାନ୍ତ ଆଗରୁ ଅବକାରୀ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ପରେ ଖଲ୍ଲିକୋଟ ଥାନା ପୋଲିସ ତାଙ୍କ ଘରେ ଚଢ଼ଉ କରିଥିଲା ।

ଆଜି ଖଲ୍ଲିକୋଟ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏ ସମ୍ପର୍କରେ ଖୁଲାସା କରିଛନ୍ତି ଗଞ୍ଜାମ ଏସପି । ତେବେ ଏହି ଘଟଣା ରେ ପୋଲିସ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି ।

Comments are closed.