ମମିତା ମେହେର ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ପୋଲିସ ରିମାଣ୍ଡ ଅବଧିର ଶେଷ ଦିନ, ଆସନ୍ତାକାଲି କୋର୍ଟରେ ହାଜର କରାଯିବ

63

ବଲାଙ୍ଗିର : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ପୋଲିସ ରିମାଣ୍ଡ ଅବଧି ଆଜି ଶେଷ ହେଉଛି । ତେବେ ଆଜି ତାକୁ କୋର୍ଟରେ ହାଜର କରାଯିବ ନାହିଁ । ଶେଷ ଦିନରେ ପୋଲିସ ଗୋବିନ୍ଦକୁ ଏନେଇ ଅଧିକ ପଚରା ଉଚୁରା କରି ତଥ୍ୟ ଉଗାଳିବାକୁ ଯୋଜନା ରଖିଛି । ଏହାପରେ ଆସନ୍ତାକାଲି ତାକୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରିବ ବଲାଙ୍ଗିର ପୋଲିସ । ତେବେ ଗୋବିନ୍ଦ ପୋଲିସ ବାରାକ୍ ରୁ ଫେରାର୍ ହେବା ପରେ ତାକୁ କିଏ ମୋବାଇଲ୍ ଦେଇଥିଲା ସେନେଇ ତନାଘନା ଚଳାଇଛି ପୋଲିସ । କାରଣ ପୋଲିସ ବାରାକ୍ ରୁ ଫେରାର୍ ହେବା ପରେ ଗୋବିନ୍ଦ ଏକ ଆଖୁବାଡ଼ିରେ ଲୁଚି ରହିଥିଲା । ପୋଲିସ କଲ୍ ଟ୍ରାକିଂ କରି ଗୋବିନ୍ଦକୁ ଧରିବାରେ ସଫଳ ହୋଇଥିଲା । ବର୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ନିକଟରୁ ୩ଟି ମୋବାଇଲ୍ ଜବତ ହୋଇଛି ।

ପ୍ରକାଶ ଥାଉକି, ଗତ ୨୦ ତାରିଖରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଗୋବିନ୍ଦକୁ ହାଜର କରିଥିଲା ବଲାଙ୍ଗିର ପୋଲିସ । ପୋଲିସ ପକ୍ଷରୁ ଅଭିଯୁକ୍ତ ଗୋବିନ୍ଦକୁ ୭ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରାଯାଇଥିବା ବେଳେ ୫ ଦିନ ପାଇଁ ପୋଲିସ ରିମାଣ୍ଡକୁ ମଞ୍ଜୁରୀ ପ୍ରଦାନ କରିଥିଲେ କୋର୍ଟ ।

Comments are closed.