କାବୁଲ : ତାଲିବାନ ଶାସନରେ ଦୋହଲିଯାଇଛି ଆଫଗାନିସ୍ତାନର ଆର୍ଥିକ ସ୍ଥିତି । ଲୋକଙ୍କ ପାଖରେ କାମ ନାହିଁ କି ଅର୍ଥ ନାହିଁ । ତେଣୁ ବୁଭୁକ୍ଷଙ୍କ ସଂଖ୍ୟା ବଢ଼ୁଛି । ଭୋକରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ପିଲାଙ୍କ ମୁହଁରେ ଆହାର ଦେବାକୁ ବାପା, ମା’ଙ୍କ ପାଖରେ ଟଙ୍କା ନାହିଁ । ଦୁଇମୁଠା ଖାଇବାକୁ ନ ପାଇ ହନ୍ତସନ୍ତ ହେଉଛନ୍ତି ଆଫଗାନର ଅଧାରୁ ଅଧିକ ନାଗରିକ । ଏଭଳି ଉଦ୍ବେଗଜନକ ତଥ୍ୟ ଦେଇଛି ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ । ରିପୋର୍ଟ ଅନୁସାରେ
ଆଫଗାନର ପାଖାପାଖି ୩ କୋଟି ଲୋକଙ୍କ ପାଖରେ ଖାଦ୍ୟର ଉକ୍ରଟ ସ୍ଥିତି ମୋଟ ଜନସଂଖ୍ୟାର ଅଧାରୁ ଅଧିକ ଲୋକଙ୍କ ପାଖରେ ଦୁଇଓଳି ଦୁଇମୁଠା ଖାଇବାକୁ ବି ନାହିଁ । ପାଞ୍ଚବର୍ଷ ବୟସରୁ କମ୍ ୩୦ଲକ୍ଷରୁ ଅଧିକ ପିଲା ଅପପୁଷ୍ଟିର ଶିକାର । ପିଲାମାନେ ଖାଇବାକୁ ନପାଇ ମରିବା ଭଳି ସ୍ଥିତି ।
ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଆଫଗାନ ନାଗରିକ । ଘରେ ଯାହା ଅଛି ବିକ୍ରିବଟା କରୁଛନ୍ତି । କେଉଁଠି ପିଲାଙ୍କ ମୁହଁରେ ଦାନା ଦେବାକୁ ଅଇଁଠା ପତ୍ରରୁ ଖାଦ୍ୟ ଯୋଗାଡ଼ କରୁଛି ମା’ । ତାଲିବାନ ଶାସନକୁ ଆସିବା ପରେ ବିଦେଶରୁ ଆମଦାନୀ ଉପରେ ରୋକ୍ ଲାଗିଛି । ଅହେତୁକ ଦରଦାମ୍ ବୃଦ୍ଧି ଯୋଗୁ ଲୋକଙ୍କ ପାଖରେ ଖାଦ୍ୟ କିଣିବାକୁ ଟଙ୍କା ନାହିଁ । ସରକାରୀ କର୍ମଚାରୀ ଓ ଶ୍ରମିକଙ୍କ ବେତନକୁ ଅଟକାଇ ଦିଆଯାଇଛି । ଡବ୍ଲୁଏଫ୍ଟି ଚେତାଇ ଦେଇଛି ବଞ୍ôଚବାକୁ ମାନବୀୟ ସହାୟତା ଉପରେ ନିର୍ଭର କରୁଥିବା ଆଫଗାନବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଗତ ସେପ୍ଟେମ୍ବରରେ ଡବ୍ଲଏଫ୍ଟି ମଧ୍ୟ ଚେତାଇବା ସହିତ କହିଥିଲା ଯେ, କେବଳ ୫ ପ୍ରତିଶତ ଲୋକଙ୍କ ପାଖରେ ଦୁଇଓଳି ଖାଇବାକୁ ଅଛି । ଗୋଟିଏ ପଟେ ତାଲିବାନର ବର୍ବରତା ଅନ୍ୟପଟେ କ୍ଷୁଧାର ଜ୍ୱାଳା ସେମାନଙ୍କ ଜୀବନକୁ ଦୁର୍ବିସହ କରିଛି।
Comments are closed.