୨୦୦୬ ଓଏଏସ ନିଯୁକ୍ତି ବିବାଦ ମାମଲା : ୩୭୮ ଓଏଏସ ଅଧିକାରୀଙ୍କ ନିଯୁକ୍ତି ବୈଧ – ହାଇକୋର୍ଟ

76

କଟକ : ୨୦୦୬ ଓଏଏସ ନିଯୁକ୍ତି ବିବାଦ ମାମଲାର ଚୂଡ଼ାନ୍ତ ରାୟରେ ୩୭୮ ଓଏଏସ ଅଧିକାରୀଙ୍କ ନିଯୁକ୍ତି ବୈଧ କରିଛନ୍ତି ହାଇକୋର୍ଟ । ସ୍ୟାଟଙ୍କ ଆଦେଶ ରଦ୍ଦ କରିବା ସହ ନିଯୁକ୍ତିକୁ ବୈଧ କରିଛନ୍ତି ହାଇକୋର୍ଟ । ୨୦୦୬ର ନିଯୁକ୍ତି ବିଜ୍ଞପ୍ତିକୁ ପ୍ରଥମେ ସ୍ୟାଟରେ ଚ୍ୟାଲେଞ୍ଜ ହୋଇଥିଲା । ଚୂଡ଼ାନ୍ତ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା କିଛି ପ୍ରାର୍ଥୀ ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ । ଆବେଦନର ବିଚାର କରି ୩୭୮ ଜଣଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ସ୍ୟାଟ୍ । ସ୍ୟାଟଙ୍କ ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ ଆବେଦନକାରୀ । ହାଇକୋର୍ଟ ପ୍ରଥମେ ସ୍ୟାଟଙ୍କ ନିର୍ଦ୍ଦେଶରେ ଏହା ଉପରେ ରହିତାଦେଶ ଜାରୀ କରିଥିଲେ । ହେଲେ ଆଜି ମାମଲାର ଚୂଡ଼ାନ୍ତ ରାୟରେ ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।

Comments are closed.