କଂକ୍ରିଟ ରାସ୍ତା ଧସି ଟ୍ରାକ୍ଟର ଓଲଟିଲା

31

ଧର୍ମଶାଳା : ଯାଜପୁର ଜିଲା ମଙ୍ଗରାଜପୁର ପଂଚାୟତସ୍ଥ ଲଙ୍କାବାଲିସାହିଠାରେ ଅଘଟଣ । କଂକ୍ରିଟ ରାସ୍ତା ଧସି ଓଲଟିଲା ଟ୍ରାକ୍ଟର । ଫଳରେ ଅଳ୍ପକେ ବର୍ତିଲା ଡ୍ରାଇଭର ।

ସୂଚନା ମୁତାବକ, ଆଜି ସକାଳେ ଲଙ୍କାବାଲିସାହି ଅଂଚଳରୁ ଏକ ଟ୍ରାକ୍ଟର ଇଟା ବୋଝେଇ କରି ବ୍ରହ୍ମବରଦାକୁ ଆସୁଥିବା ସମୟରେ କଂକ୍ରିଟ ରାସ୍ତା ଭାଙ୍ଗି ଯାଇଥିଲା । ଫଳରେ ଟ୍ରାକ୍ଟରଟି ରାସ୍ତା କଡକୁ ଓଲଟି ପଡିଥିଲା । ଟ୍ରାକ୍ଟରେ ଥିବା ଡ୍ରାଇଭର ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ତେବେ କଂକ୍ରିଟ ରାସ୍ତାଟି ଭାଙ୍ଗି ଯିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି କଂକ୍ରିଟ ରାସ୍ତାଟି ମାତ୍ର ୨ ମାସ ପୂର୍ବେ ନିର୍ମାଣ କରାଯାଇଥିଲା । ନିର୍ମାଣ ସମୟରେ ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ହେଲେ କେହି ଏହି କଥାକୁ ଗୁରୁତ୍ୱ ଦେଇ ନ ଥିଲେ । ଫଳରେ ଆଜି ଉକ୍ତ କଂକ୍ରିଟ ରାସ୍ତାଟି ଭାଙ୍ଗି ଯାଇଥିବା ନେଇ ବ୍ଲକ ପ୍ରଶାସନକୁ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ତେବେ ଏହି କଂକ୍ରିଟ ରାସ୍ତା କାମ ଅତି ନିମ୍ନମାନର କରି ଲକ୍ଷଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Comments are closed.