ଦଶମ ସ୍ଥାନରେ ହାତିଓଟ ଆଦର୍ଶ ବିଦ୍ୟାଳୟ

76

-ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ହାତିଓଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ଶିକ୍ଷାଦାନ କ୍ଷେତ୍ରରେ ଦଶମ ସ୍ଥାନରେ ରହିଛି । ଏଥିପାଇଁ ମୂଖ୍ୟମନ୍ତ୍ରୀ ଟ୍୍ୱିଟର ଯୋଗେ ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହା ଗର୍ବର ବିଷୟ ବୋଲି କହିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର ଦ୍ୱାରା କରାଯାଇଥିବା ସର୍ଭେରେ ହାତିଓଟ ବିଦ୍ୟାଳୟ ଦଶମ ସ୍ଥାନରେ ରହିଛି । ସଂସ୍ଥା ତରଫରୁ ୨୦୨୧/୨୦୨୨ ବର୍ଷ ପାଇଁ ଏକ ସର୍ଭେକ୍ଷଣ କରାଯାଇଥିଲା । ଏଥିରେ ୧୧୪୫୮ ଜଣ ଶିକ୍ଷକ, ଶିକ୍ଷାବିତ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କ ସାକ୍ଷାତକାର କରିବା ପରେ ୧୦୯୧ ସ୍କୋର ରଖି ଏହି ସିଦ୍ଧାନ୍ତରେ ପହଞ୍ଚି ଥିବା ରିପୋର୍ଟରେ ପ୍ରକାଶ ପାଇଛି ।

Comments are closed.