କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ ବୁଟ

66

ପ୍ରାୟ ସମସ୍ତଙ୍କ ଘରେ କଳା ଚଣା ବା ବୋଟ ଖିଆଯାଏ । ଏହାକୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସକାଳୁ ଗୋଟିଏ ମୁଠା ବୋଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ । କିନ୍ତୁ ଅଧିକ ମାତ୍ରାରେ ଖାଇଲେ ପେଟ ସମସ୍ୟା ହୋଇପାରେ । ବତୁରାଯାଇଥିବା ବୋଟରେ ଅନେକ ପୋଷାକ ତତ୍ତ୍ୱ ଅଛି ଯାହା ଶରୀର ପାଇଁ ମହତ୍ତ୍ୱପୂର୍ଣ୍ଣ । ଶାକାହାରୀଙ୍କ ପାଇଁ ପନିପରିବାରୁ ପ୍ରୋଟିନ ପ୍ରାପ୍ତ କରିବା ଏକ ବଡ ଚ୍ୟାଲେଞ୍ଜ । ସେଥିପାଇଁ ଶାକାହାରୀଙ୍କ ପାଇଁ ଏହା ବହୁତ ଲାଭଦାୟକ । ବୋଟରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି । ଏନିମିଆ ପୀଡିତଙ୍କ ପାଇଁ କଳା ବୋଟ ବହୁତ ଲାଭଦାୟକ । ବୁଟରେ ଭରପୁର ମାତ୍ରାରେ ଆୟରନ ରହିଛି ଯାହା ଶରୀରରେ ହେମୋଗ୍ଲୋବିନ ସ୍ଥର ସୁଧାରିବାରେ ସାହାଯ୍ୟ କରିଥାଏ । ବତୁରା ହୋଇଥିବା ବୋଟରେ ଭରପୁର ମାତ୍ରାରେ ଫାଇବର ରହିଛି ଯାହା ପାଚନ ତନ୍ତ୍ରକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ନିୟମିତ ବୋଟ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯେଉଁମାନେ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବୋଟ ବହୁତ ଭଲ ବିକଳ୍ପ । ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ଯୋଗୁଁ ଅଧିକ ସମୟ ଯାଏଁ ଭୋକ ମଧ୍ୟ ହୋଇନଥାଏ । ସେଥିପାଇଁ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଇଛା ହୋଇନଥାଏ ଏବଂ ଓଜନ ସହଜରେ କମ କରାଯାଇପାରେ । ବୋଟ ପିତ୍ତ ଏସିଡ ନିୟନ୍ତ୍ରଣ କରିବା ସହ କୋଲେଷ୍ଟ୍ରଲ ସ୍ଥର ମଧ୍ୟ କମ କରିଥାଏ । କୋଲେଷ୍ଟ୍ରଲ ସ୍ଥର ନିୟନ୍ତ୍ରଣ ହେଲେ ହୃଦୟ ରୋଗ ବିକଶିତ ହେବାର ସମ୍ଭାବନା କମ ଥାଏ । କହିବାକୁ ବୋଟ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

Comments are closed.