ଡେଲ୍ଟାଠାରୁ ଭୟଙ୍କର ଓମିକ୍ରନ

71

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ସାରା ବିଶ୍ୱ ହଲଚଲ ହୋଇପଡ଼ିଥିବା ବେଳେ ଏହି ଭାରିଆଣ୍ଟ କେତେ ଘାତକ ହେବ ଏବଂ ଆକ୍ରାନ୍ତଙ୍କ ଲକ୍ଷଣ କ’ଣ ରହିବ ତାହାକୁ ନେଇ ଦକ୍ଷିଣ ଆଫ୍ରିକା ଡାକ୍ତର ଆଞ୍ଜେଲିକ୍ କଟଜି କହିଛନ୍ତି ଯେ, ଆକ୍ରାନ୍ତଙ୍କ ଲକ୍ଷଣ ଅନ୍ୟଠାରୁ ଭିନ୍ନ ହେଲେ ମଧ୍ୟ ଏହା ସାଧାରଣ । ରୋଗୀଙ୍କର ସ୍ୱାଦ ଓ ବାସ୍ନା ହ୍ରାସ ପାଉନାହିଁ । ଦିନେ ଦୁଇଦିନ ପର୍ଯ୍ୟନ୍ତ ମାଂସପେଶୀରେ ଯନ୍ତ୍ରଣା ହେବା ସହିତ ଅଳ୍ପ କାଶ ହେଉଛି । ଆକ୍ରାନ୍ତଙ୍କ ମଧ୍ୟରେ କିଛି ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏଥିସହିତ ସେ ଗହଳି ସ୍ଥାନରେ ମାସ୍କ ପିନ୍ଧିବା ସହିତ କରୋନା ଗାଇଡ୍ଲାଇନ ପାଳନ ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦ ଜଣ, ଭଦ୍ରକରୁ ୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧ ଜଣ, ବେଦ୍ଧରୁ ୨ ଜଣ, କଟକରୁ ୧୩ ଜଣ, ଗଞ୍ଜାମରୁ ୧ ଜଣ,ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୧ ଜଣ,ଖୋର୍ଦ୍ଧାରୁ ୮୭ ଜଣ, କୋରାପୁଟରୁ ୧ ଜଣ, ମୟୂରଭଞ୍ଜରୁ ୪ ଜଣ, ନୟାଗଡ଼ରୁ ୧ ଜଣ, ନୂଆପଡ଼ାରୁ ୪ ଜଣ, ପୁରୀରୁ ୪ ଜଣ, ସମ୍ବଲପୁରରୁ ୯ ଜଣ, ସୋନପୁରୁ ୩ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ ଓ ଷ୍ଟେଟ ପୁଲରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୮ ହଜାର ୬୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୩୭ ହଜାର ୮୬୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨ ହଜାର ୩୫୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Comments are closed.