ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କ୍ଷୀର

67

କ୍ଷୀରର ଉପକାରିତା ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ଏହାର ସେବନ ଦ୍ୱାରା କେବଳ ହାଡ ମଜଭୁତ ହୁଏ ତାହା ନୁହେଁ, ବରଂ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ଅନେକ ଲାଭଦାୟକ । ଅନେକ ଅଧ୍ୟୟନରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ କ୍ଷୀର ସେବନ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ଷୀର ସେବନ ମଧୁମେହ, ମେଦବହୁଳତା, ହୃଦରୋଗ ଏବଂ ଅନେକ ପ୍ରକାରର କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଅନେକ ଲୋକ ଭାବନ୍ତି ଯେ ଜଳଖିଆ ସହିତ କ୍ଷୀର ପିଇବା ଭଲ । ସେହିପରି ଅଧିକାଂଶ ଲୋକ ରାତିରେ ଏହାକୁ ପିଇବାକୁ ଯଥାର୍ଥ ବୋଲି ମନେ କରନ୍ତି । ଯଦିଓ ଦିନରେ କ୍ଷୀର ପିଇବା ଦ୍ୱାରା ଦିନସାରା ଶରୀରକୁ ଶକ୍ତି ମିଳିଥାଏ । ସେହିପରି ରାତିରେ କ୍ଷୀର ପିଇବା ଦ୍ୱାରା, ଏହା ମନକୁ ଶାନ୍ତି ମିଳିବା ସହ ଭଲ ନିଦ ମଧ୍ୟ ହୋଇଥାଏ । ରାତିରେ କ୍ଷୀର ପିଇବା ସର୍ବୋତ୍ତମ ସମୟ ବୋଲି ଆୟୁର୍ବେଦରେ କୁହାଯାଇଛି ।

ସକାଳ: ହଜମ କ୍ରିୟାରେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ସକାଳେ କ୍ଷୀର ପିଇବାକୁ ନିଷେଧ କରାଯାଇଛି । କିନ୍ତୁ ବିଶ୍ୱାସ କରାଯାଏ ଯେ ଏହି ସମୟରେ କ୍ଷୀର ପିଇବା ଦ୍ୱାରା ଦିନସାରା ଶରୀରରକୁ ଶକ୍ତି ମିଳିଥାଏ ।

ଅପରାହ୍ନ: ଅପରାହ୍ନରେ କ୍ଷୀର ପିଇବା ବୃଦ୍ଧମାନଙ୍କ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ଶକ୍ତି ଦେଇଥାଏ ।

ସନ୍ଧ୍ୟା: ସନ୍ଧ୍ୟାରେ କ୍ଷୀର ପିଇବା ଆଖି ପାଇଁ ବହୁତ ଭଲ ବୋଲି କୁହାଯାଏ ।

ରାତି: ରାତିରେ କ୍ଷୀର ପିଇବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । କାରଣ ଏହା ଦିନସାରା ଶରୀରର ଥକ୍କାପଣକୁ ଦୂର କରିଥାଏ ଏବଂ ଭଲ ନିଦ ଦେଇଥାଏ।

Comments are closed.