ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ବାଲିମେଳା ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ

70

ମାଲକାନଗିରି : ସରକାର ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳ ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିଲେ ମଧ୍ୟ ସମସ୍ତ ପ୍ରକଳ୍ପ ନାମକୁ ମାତ୍ର ଭାବେ କାର୍ଯ୍ୟ ହେଉଥିବା ବେଳେ ଅଞ୍ଚଳବାସୀ ଉପକୃତ ହେଉନଥିବା ଏପରି ଅଭିଯୋଗ କରି ଆଜି ବାଲିମେଳା ନଗର ବିଜେପି ପକ୍ଷରୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ୧୦ ଗୋଟି ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ଗୁଡିକ ହେଲା ପାନୀୟ ଜଳ ନିମନ୍ତେ ପାଇପ ଲାଇନ ବିଛା ଯାଇଥିବା ବେଳେ ମୁଖ୍ୟ ଟାଙ୍କିର ପୁନଃରୁଦ୍ଧାର, ନଗରରେ ଥିବା ସମସ୍ତ ସ୍ମଶାନ ଗୁଡିକରେ ଅଲୋକୀକରଣ ଓ ପାନୀୟ ଜଳ ର ବନ୍ଦୋବସ୍ତ, ବସଷ୍ଟାଣ୍ଡ ସମେତ ୧୨ ଟି ୱାର୍ଡ ରେ ଥିବା ଗୋଷ୍ଠୀ ଶୌଚାଳୟ କାର୍ଯ୍ୟକ୍ଷମ କରିବା, ପରିମଳ ବ୍ୟବସ୍ଥା ରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ଙ୍କ ଦରମା ବୃଦ୍ଧି, ଏସଏଚଜି ଗ୍ରୁପ ପକ୍ଷରୁ ନିର୍ମାଣ କରାଯାଇଥିବା ବର୍ଷା ଜଳ ସରଂକ୍ଷଣ ପ୍ରକଳ୍ପ ର ସମ୍ପୂର୍ଣ୍ଣ ଯାଞ୍ଚ କରି ବିଲ ପୈଠ କରିବା, ଏନଏସି କାର୍ଯ୍ୟାଳୟରେ ନିୟୋଜିତ ଥିବା ସମସ୍ତ ଯାନ ଗୁଡିକର ଇନ୍ସୁରାନ୍ସ ଓ ପରିବହନ ବିଭାଗରେ ପଞ୍ଜିକରଣ, ନଗରରେ ଥିବା ରାସ୍ତା କଡରେ ବିକ୍ରି କରୁଥିବା ଉଠା ଦୋକାନୀଙ୍କୁ ନିର୍ଦ୍ଧାରିତ ଦରରେ ବିକ୍ରି କରିବା ନିମନ୍ତେ ଦର ନିୟନ୍ତ୍ରଣ କମିଟି ଗଠନ ଏବଂ ଦୈନିକ ବଜାରରେ ଜଳ ହିଁ ଜୀବନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉ ବୋଲି ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ତେବେ ଉକ୍ତ ସମସ୍ୟା ଗୁଡିକ ଯଦି ଆଗାମୀ ଦିନରେ ସମାଧାନ ନ ହୁଏ ତାହେଲେ ନଗର ବିଜେପି ପକ୍ଷରୁ ଏନଏସି କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେପି ନଗର ସଭାପତି ଶୁଭାଶିଷ କର, ସମ୍ପାଦକ ସୀମାଞ୍ଚଳ ପ୍ରଧାନ, ବରିଷ୍ଠ କର୍ମୀ ପ୍ରଦୀପ ନାୟକ, ଅରୁଣ ପାତ୍ର, ଜେ ଦିଲ୍ଲୀପ ଙ୍କ ସମେତ ଅନ୍ୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।

Comments are closed.