୧୦୪ କିଲୋ ଗଞ୍ଜେଇ ସହ ୨ ଗିରଫ

71

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ଗଞ୍ଜେଇ ଜବତ କରିବା ସହ ତିନୋଟି ବାଇକ ଓ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଦୁଇଜଣ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ଯୋଡାମ୍ବ ଗ୍ରାମର ଭୀମ ମାଢି ଅନ୍ୟଜଣେ ବୋଇପାରିଗୁଡା ଥାନା ଅନ୍ତର୍ଗତ ପତ୍ରିପୁଟ ଗ୍ରାମର ମାଧବ ପରଜା । ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ମଧ୍ୟ ରାତ୍ରିରେ ଓର୍କେଲ ପୋଲିସ୍ ଓ କୁଡୁମୁଲୁ ଗୁମ୍ମା ଫାଣ୍ଡି ପୋଲିସ୍ ମିଳିତ ଭାବରେ ବାଲିମେଳା ଜୟପୁର ମୂଖ୍ୟ ରାସ୍ତାର ନନ୍ଦିନି ଗୁଡ଼ା ଚାଲାଣ ଗୁଡ଼ାରେ ରାତ୍ରକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ବାଲିମେଳା ପଟୁ ତିନୋଟି ବାଇକରେ ଦ୍ରୁତଗତିରେ ଆସୁଥିବା ଦେଖି ସନ୍ଦେହରେ ପୋଲିସ୍ ଅଟକାଇ ଗାଡ଼ି ଯାଞ୍ଚ କରିବା ସମୟରେ ଉକ୍ତ ଗାଡ଼ିରେ ଜରି ବସ୍ତା ମଧ୍ୟରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ଗଞ୍ଜେଇ, ବାଇକ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅନ୍ଧାରର ସୁଯୋଗ ନେଇ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।ପରେ ଜବତ କରିଥିବା ଗଞ୍ଜେଇ ଥାନାକୁ ଅଣାଯାଇ ଓଜନ କରିବାପରେ ଏହା ୧୦୪ କିଲୋ ଥିବା ଜଣାପଡିଥିଲା । ଜବତ ଗଞ୍ଜେଇ କୁଡୁମୁଲୁଗୁମ୍ମା ଅଞ୍ଚଳରୁ ଖାଇରପୁଟ ଅଞ୍ଚଳକୁ ଚାଲାଣ ହଉଥିବା ନେଇ ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ହବ ବୋଲି ଚିତ୍ରକୋଣ୍ଡା ଏସ୍ ଡି ପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Comments are closed.