ବିଟ୍କଏନ୍କୁ ମିଳିବନି ମୁଦ୍ରା ମାନ୍ୟତା!

64

ନୂଆଦିଲ୍ଲୀ : ବିଟ୍ କଏନ୍କୁ ମିଳିବନି ମୁଦ୍ରା ମାନ୍ୟତା । ଦଶରେ କ୍ରିପ୍ଟୋକରେନ୍ସିକୁ ନେଇ ବଢ଼ୁଥିବା ସମସ୍ୟା ଭିତରେ ଏନେଇ ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ବିଟ୍କଏନ୍କୁ ବୈଧ ରୂପେ କରେନ୍ସି ମାନ୍ୟତା ମିଳିବ ନାହିଁ ବୋଲି ଆଜି ସଂସଦର ଶୀତକାଳୀନ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଲିଖିତ ଆକାରରେ ଜଣାଇଛନ୍ତି । ଭାରତ ସରକାର ବିଟ୍କଏନ୍କୁ ସ୍ୱୀକୃତି ଦେବ ନାହିଁ । ବିଟ୍ କଏନ୍ ନେଣଦେଣ ନେଇ ସରକାର କୌଣସି ତଥ୍ୟ ସଂଗ୍ରହ କରିନଥିବା ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ଲିଖିତ ଭାବେ ସୂଚନା ଦିଆଯାଇଛି । ସୋମବାର ଶୀତକାଳୀନ ଅଧିବେଶନ ବେଳେ କର୍ଣ୍ଣାଟକର ସାଂସଦ ଡିକେ ସୁରେଶ ଏବଂ ସୁମଲତା ଅମ୍ବରିଶ ବିଟ୍ କଏସ୍ ସମ୍ପର୍କିତ ପ୍ରଶ୍ନ ସରକାରଙ୍କୁ ଲିଖିତ ଆକାରରେ ପଚ।ରିଥିଲେ । ବିଗତ ବଷର୍ଗୁଡ଼ିକରେ ଭାରତରେ ବିଟ୍ କଏନ୍ କାରବାର ଲୁଚାଛପରେ ବୃଦ୍ଧି ପାଉଛି । ଏନେଇ ସରକାର ଅବଗତ ଅଛନ୍ତି କି ନାହିଁ ବୋଲି ସାଂସଦମାନେ ପଚାରିଥିଲେ । ଯଦି ଏହା ହୁଏ, ଏହାର ସବିଶେଷ ତଥ୍ୟ ଏବଂ ଏ ବାବଦରେ ସରକାରଙ୍କ ପ୍ରତିକ୍ରିୟା ରଖନ୍ତୁ ବୋଲି କହିଥିଲେ । ଏଥିସହ ବିଟ କଏନକୁ ଦେଶରେ ମୁଦ୍ରା ଭାବରେ ସ୍ୱୀକୃତି ଦେବା ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ଅଛି କି ନାହିଁ ଏବଂ ଏହା ସହ ଜଡିତ ସବିଶେଷ ତଥ୍ୟ କ’ଣ ରହିଛି ବୋଲି ସାଂସଦମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଲିଖିତ ଭାବେ ଦର୍ଶାଯାଇଛି ଯେ, ସରକାର ବିଟକଏନ୍ କାରବାର ଉପରେ ତଥ୍ୟ ସଂଗ୍ରହ କରୁନାହାଁନ୍ତି । ଏଭଳି ପରିସ୍ଥିତିରେ ସରକାରଙ୍କ ପାଖରେ ଏ ସମ୍ବନ୍ଧରେ କୌଣସି ତଥ୍ୟ ନାହିଁ । ଏହା ବ୍ୟତୀତ ବିଟକଏନ୍କୁ ମୁଦ୍ରା ଭାବରେ ସ୍ୱୀକୃତି ଦେବା ନେଇ ସରକାରଙ୍କ ନିକଟକୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

Comments are closed.