୧୭ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ : ଶିଳ୍ପାୟନର ନୂଆ ଠିକଣା ଓଡ଼ିଶା

71

-ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିରେ ସଫଳତା
-ପୁଞ୍ଜିନିବେଶ ହେବ ହଜାରେ କୋଟି
-୨୩୮୭ ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପ ବିପ୍ଲବ । ପୁଞ୍ଜିନିବେଶର ହବ୍ ପାଲଟିଛି ଓଡ଼ିଶା । ୯୯୯କୋଟି ୯୯ଲକ୍ଷ ଟଙ୍କା ପୁଞ୍ଜି ନିବେଶରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫୨.୨୭କୋଟି ଟଙ୍କା ନିବେଶରେ ୭ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୮୪୭.୭୨ କୋଟି ଟଙ୍କା ବିନିଯୋଗରେ ୧୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ, ଉତ୍ପାଦନଭିତ୍ତିକ ଶିଳ୍ପ ଓ ସାରକ୍ଷେତ୍ରକୁ
ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ୨ହଜାର ୩୮୭ଲୋକଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ । ଅର୍ଥନେତିକ ଅଭିବୃଦ୍ଧିରେ ଶିଳ୍ପାନୁଷ୍ଠାନ ନେଉଛନ୍ତି ପ୍ରମୁଖ ଭୂମିକା । ଦେଶରେ ଅକ୍ସିଜେନ୍ ଅଭାବ ସମୟରେ ଓଡ଼ିଶା ଦେଇଥିଲା ଜୀବନ । ପୁଞ୍ଜି ନିବେଶକାରୀଙ୍କ ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଦେଉଛନ୍ତି । କୋଭିଡ୍ ବେଳେ ବି ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିଛି ଓଡ଼ିଶା । ବାଲେଶ୍ୱରରେ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ପ୍ଲାଣ୍ଟ ଓ ଗୋପାଳପୁରରେ ରିସୋର୍ଟ ପ୍ରତିଷ୍ଠା ହେବ । ରାଜ୍ୟ ସରକାରଙ୍କ ସ୍ପଷ୍ଟ ଶିଳ୍ପନୀତି ଓ ୫-ଟି ସଂସ୍କାର ଯୋଗୁଁ ରାଜ୍ୟକୁ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି । କୋଭିଡ୍ ମହାମାରୀ ପ୍ରଭାବ ସତ୍ତେ୍ୱ ୧୨ ହଜାର କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ବିନିଯୋଗ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଥନୈତିକ ଅଭିବୃଦ୍ଧିରେ ଶିଳ୍ପର ପ୍ରମୁଖ ଭୂମିକା ରହିଛି । ଦେଶରେ ଅକ୍ସିଜେନ୍ ଅଭାବ ସମୟରେ ଓଡ଼ିଶା ଦେଇଥିଲା ଜୀବନ । ପୁଞ୍ଜିନିବେଶକାରୀଙ୍କୁ ସରକାର ସବୁ ପ୍ରକାର ସହଯୋଗ କରିଆସୁଛନ୍ତି ।

Comments are closed.