୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ : ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରୀକରଣ ହେବ ୩୩୬୫ ସ୍କୁଲ୍

64

ଭୁବନେଶ୍ୱର : ‘ମୋ ସ୍କୁଲ୍ ଅଭିଯାନ’ର ୩୦ତମ କାର୍ଯ୍ୟର୍ନିବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୯ ହଜାରରୁ ଊଦ୍ଧ୍ୱର୍ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୪ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୧ କୋଟି ୯୦ ଲକ୍ଷ, ବଲାଙ୍ଗୀରରେ ୨୩ ଲକ୍ଷ ୨୦ ହଜାର, କଟକରେ ୧୯ ଲକ୍ଷ ୨୬ ହଜାର, ଢେଙ୍କାନାଳରେ ୧୬ ଲକ୍ଷ ୫୭ ହଜାର ଏବଂ ଯାଜପୁରରେ ୧୪ ଲକ୍ଷ ୩୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛନ୍ତି ।

ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର ପାଙଋିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ‘ମୋ ସ୍କୁଲ୍ ଅଭିଯାନ’କୁ ୧ କୋଟି ୬୬ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର ପାଙଋି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟର୍ନିବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲାରେ ଚଳିତଥର ମଧ୍ୟ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଜିଲ୍ଲାରେ ‘ମୋ ସ୍କୁଲ୍ ଅଭିଯାନକୁ ବିପୁଳ ସମର୍ଥନ ମିଳିଥିବାବେଳେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍ ଅଭିଯାନ’ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରଚେଷ୍ଟା ଜାରି ରହିଛି । ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଇତି ମଧ୍ୟରେ ୭୮୩ ସ୍କୁଲ୍ରେ ମେଂଟର, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଇଛି । ଏବେସୁଦ୍ଧା ୧୩୨୯ ଜଣ ମେଂଟର ରାଜ୍ୟର ୧୩୬୪ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି । ରାଜ୍ୟ ସରକାରଙ୍କ ‘୫-‘ଟି’- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ’ର ୨ୟ ପର୍ଯ୍ୟାୟରେ ମୋଟ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ କରିବାକୁ ନିଷ୍ପତି ନିଆଯାଇଥିବାବେଳେ ଏଥିଲାଗି ଆବଶ୍ୟକ ଆର୍ଥିକ ସହାୟତା ତୁରନ୍ତ ଯୋଗାଇଦେବାକୁ ବୈଠକରେ ଗୁରୁତ ଦିଆଯାଇଛି ।

ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ଏକ ଆଡ୍ଭାଇଜରୀ ତଥା ପରାମର୍ଶନାମା ଜାରି କରାଯାଇଛି । ଭିତିଭୂମି ବିକାଶ ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଇ-ଲାଇବ୍ରେରୀ ଏବଂ ସାଇନ୍ସ ଲାବୋରୋଟୋରୀର ପରିଚାଳନା ପାଇଁ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ଭାବରେ ତାଲିମ୍ ଦେବାକୁ ନିଷ୍ପତି ନିଆଯାଇଛି । ଡିଜିଟାଲ୍ କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ଏବେ ସୁଦ୍ଧା ଅଧିକାଂଶ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବର୍ତମାନ ସୁଦ୍ଧା ୧୪ଟି ଜିଲ୍ଲାର ୪୭୨ ସ୍କୁଲର ୧୦୦୪ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ସ୍କିଲ୍ କ୍ଷେତ୍ରରେ ପ୍ରଶିକ୍ଷିତ କରାଯାଇଛି । ଆଗାମୀ ଦିନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ୫-‘ଟି’ ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୬ଟି ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ଉକ୍ତ ଟାସ୍କଫୋର୍ସର ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରିବାକୁ କାର୍ଯ୍ୟର୍ନିବାହୀ ପରିଷଦ ‘ମୋ ସ୍କୁଲ୍’ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୋଷ୍ଠୀ ସହଭାଗିତାକୁ ଉତ୍ସାହିତ କରିବାକୁ ପୁରାତନ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ରୂପାନ୍ତରିତ ବିଦ୍ୟାଳୟଗୁିକରେ ଅଭିଭାବକ, ସ୍କୁଲ୍ ପରିଚାଳନା କମିଟି ସଦସ୍ୟ ଏବଂ ସ୍ଥାନୀୟ ଲୋକ ତଥା ଗ୍ରାମବାସୀଙ୍କୁ ନେଇ ନିୟମିତ ବ୍ୟବଧାନରେ ବୈଠକ କରିବାକୁ କୁହାଯାଇଛି ।

ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକ ଯେପରି ଉତ୍କର୍ଷ ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିବେ ସେ ଦିଗରେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ସ୍ଥାନୀୟ ଲୋକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇପାରିବେ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବଜାୟ ରଖିବା ଏବଂ ସେମାନଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ‘ମୋ ସ୍କୁଲ୍’ ପକ୍ଷରୁ ଆୟୋଜିତ ହେଉଥିବା ଲର୍ଣ୍ଣିଂ କ୍ୟାମ୍ପ୍ ଏବେ ସୁଦ୍ଧା ୧୬ଟି ଜିଲ୍ଲାର ୧୧୫୧ ସେଣ୍ଟରରେ ଆୟୋଜିତ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ୩୦ଟି ଜିଲ୍ଲାର ୩୮୪୯ଟି ସେଣ୍ଟରରେ ଏହି କ୍ୟାମ୍ପ୍ର ଆୟୋଜନ କରାଯିବାକୁ ନିଷ୍ପତି ହୋଇଛି । କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ ପ୍ରୋଜେକଫ ମନିଟରିଂ ଓ ଅଡିଟ୍ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ସ୍ୱତନ୍ତ୍ର ଅଡିଟ୍ ଟିମ୍ ଦ୍ୱାରା ଏହା ମଧ୍ୟରେ ୧୩ଟି ଜିଲ୍ଲା ଏବଂ ୨୨୭ଟି ସ୍କୁଲ୍ ଆକାଉଣ୍ଟର ଅଡିଟ୍ କରାଯାଇଛି । ଆଗାମୀ ଦିନରେ ୩୦ ପ୍ରତିଶତ ପ୍ରକଳ୍ପ ବିଦ୍ୟାଳୟର ଆକାଉଣ୍ଟ ଅଡିଟ୍ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Comments are closed.