୫-ଟି ରୂପାନ୍ତର : “ସ୍ମାର୍ଟ ସ୍କୁଲ’ ପରେ “ସ୍ମାର୍ଟ କଲେଜ’

63

ଭୁବନେଶ୍ୱର : ରାଜ୍ୟ ସରକାର ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ କରିଥିବା ବେଳେ ଏବେ କଲେଜଗୁଡ଼ିକୁ ଅନୁରୂପ ଶୈଳୀରେ ରୂପାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରିକ୍ଟ କଲେଜ ଡେଭଲପମେଣ୍ଟ ଫେସିଲେସନ କମିଟି(ଡିସିଡିଏଫସି) ଗଠନ କରିଛନ୍ତି ଓ ଡିସେମ୍ବର ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଏହି କମିଟିର ପ୍ରଥମ ବୈଠକ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କଲେଜଗୁଡ଼ିକର ନବକଳେବର ପାଇଁ ସରକାରଙ୍କ ଦ୍ୱାରା ଉକ୍ତ କମିଟି ଗଠନ ହୋଇଥିବା ବେଳେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ଅଧିକାରୀମାନଙ୍କ ସହ ଏହି ସ୍ମାର୍ଟ କଲେଜ ବା ୫-ଟି ଅନ୍ତର୍ଗତ କଲେଜ ରୂପାନ୍ତର କାର୍ଯ୍ୟକ୍ରମକୁ ନେଇ ବିସ୍ତୃତ ଆଲୋଚନା ହୋଇଛି ।

ସରକାରଙ୍କ ଦ୍ୱାରା ଗଢ଼ାଯାଇଥିବା କମିଟିକୁ ଆସନ୍ତା ୧୫ରୁ ୩୧ତାରିଖ ମଧ୍ୟରେ ନିଶ୍ଚିତ ଭାବେ ଥରେ ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ବହୁ ସଂଖ୍ୟାରେ କଲେଜ ଥିବାରୁ ଫଳପ୍ରଦ ବୈଠକ ପାଇଁ ସମସ୍ୟା ଥିବା କଲେଜକୁ ଚିହ୍ନଟ କରି ତା’ର କର୍ତ୍ତୃପକ୍ଷଙ୍କୁ ଡାକି ସେହି ପ୍ରସଙ୍ଗରେ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି । କମିଟିର ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ପୂର୍ବର ସ୍ଥିର କରି ସେହି ସଂକ୍ରାନ୍ତ ସମସ୍ୟା ଥିବା କଲେଜର ଅଧ୍ୟକ୍ଷମାନଙ୍କୁ ଡାକି ଆଲୋଚନା କଲେ ତାହା ଖୁବଶୀଘ୍ର ଫଳପ୍ରଦ ହୋଇପାରିବ । ପ୍ରଥମ ପର୍ଯ୍ୟାୟରେ ଜମି ସମସ୍ୟା ଥିବା କଲେଜଗୁଡ଼ିକ ସହ ଆଲୋଚନା କରିବାକୁ କୁହାଯାଇଛି । କମିଟି ନିଶ୍ଚିତ ଭାବେ ପ୍ରତି ତିନିମାସରେ ଥରେ ବୈଠକ କରି ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ସମସ୍ୟାଗୁଡ଼ିକ ଉପରେ ଆଲୋଚନା ସହ ତା’ର ସମାଧାନ କରିବେ । ଅଧିକାଂଶ କଲେଜର ଜମିଜମା ସମସ୍ୟା ଥିବାରୁ ତା’ର ସମାଧାନ କରାଇବେ ।

ସେହିପରି କଲେଜଗୁଡ଼ିକର ଭିତ୍ତିଭୂମି ସୁଧାର କରିବା ସହ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବ୍ରୋଟେରୀ, କମ୍ପ୍ୟୁଟର ରୁମ୍ ଆଦି ସୁବିଧାର ବନ୍ଦୋବସ୍ତ କରାଯିବ । କଲେଜରେ ମରାମତି, ପୁନରୁଦ୍ଧାର, ନୂଆ ନିର୍ମାଣ ଆଦି କାର୍ଯ୍ୟ ହାତକୁ ନିଆଯିବ । ସାଂସଦ ପାଙଋି, ଏମ୍ଏଲ୍ଏ ଲ୍ୟାଡ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ପାଙଋି, କେବିକେ ପାଣ୍ଡି, ଡିଏମ୍ଏଫ୍ ଓ ଓଏମ୍ବିଏଡିସି ପାଙଋିରୁ କଲେଜ ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । କଲେଜ ପରିସରରେ ନିଶା କାରବାର ଓ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଯେପରି ନହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପୋଲିସ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଲେଜ ପରିସରରେ ବୃକ୍ଷରୋପଣ, ଛାତ୍ରଛାତ୍ରୀମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ, ସ୍ୱେଚ୍ଛାମୂଳକ କାର୍ଯ୍ୟ ଆଦି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । କେବଳ ସେତିକି ନୁହେଁ, କଲେଜର ପୁରାତନ ଛାତ୍ରଛାତ୍ରୀଙ୍କୁ କଲେଜ ସହ ଯୋଡ଼ି ସେମାନଙ୍କଠୁ କଲେଜର ବିକାଶ ପାଇଁ ପାଙଋି ସଂଗ୍ରହ କରିବା ଓ ଯେତିକି ଅର୍ଥ ସଂଗ୍ରହ ହେବ ତା’ର ଦ୍ୱିଗୁଣ ଅର୍ଥ ସରକାର ସମ୍ପୃକ୍ତ କଲେଜକୁ ଯୋଗାଇ ଦେବେ ବୋଲି ହୋଇଥିବା ପୂର୍ବ ନିଷ୍ପତ୍ତିକୁ ବିଶେଷ ଭାବେ ପ୍ରୋତ୍ସାହିତ କରିବାକୁ କୁହାଯାଇଛି । ଡିଗ୍ରୀ କଲେଜରୁ ଅଲଗା ହୋଇଥିବା ଯୁକ୍ତ ଦୁଇ କଲେଜଗୁଡ଼ିକର ଭିତ୍ତିଭୂମି ନିର୍ମାଣକୁ ବିଶେଷ ଗୁରୁତ୍ୱ ଦେବାକୁ ମଧ୍ୟ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ୪ ଦିନ ତଳେ ରାଜ୍ୟ ସରକାର ଏହି “ସ୍ମାର୍ଟ କଲେଜ’ ରୂପାନ୍ତର ପାଇଁ ଡିଷ୍ଟ୍ରିକ୍ଟ କଲେଜ ଡେଭଲପମେଣ୍ଟ ଫେସିଲେସନ କମିଟି(ଡିସିଡିଏଫସି) ଗଠନ କରିଥିଲେ । ଏହି ସ୍ମାର୍ଟ କଲେଜ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ପ୍ରତ୍ୟେକ ଜିଲ୍ଲା ପାଇଁ ଗଢ଼ିଥିବା କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରୁଥିବା ବେଳେ ପୋଲିସ ଏସ୍ପି, ଉପଜିଲ୍ଲାପାଳ, ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସମେତ ଆରଡି, ଆରଆଣ୍ଡବି, ଜିଇଡି, ପିଏଚ୍ଡି ଆଦି ବିଭାଗର ଡିଭିଜନ ମୁଖ୍ୟ(ଜିଲ୍ଲାପାଳ ନିର୍ଦ୍ଧାରଣ କରିବେ)ଙ୍କୁ ସଦସ୍ୟ ଭାବେ ଏହି କମିଟିରେ ସାମିଲ କରାଯିବ । କମିଟିର ଆବାହକ ଭାବେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ କିମ୍ବା ଉପନିର୍ଦ୍ଦେଶକ କାର୍ଯ୍ୟ କରିବେ । ଏହି କମିଟିର ସଂଯୋଜକ ସଦସ୍ୟ ଭାବେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରହିବେ । ଜିଲ୍ଲାପାଳ ·ହିଁଲେ ଆବଶ୍ୟକତା ଅନୁସାରେ ମ୍ୟୁନିସିପାଲ କମିଶନର ଓ ସିଡିଏମ୍ଓଙ୍କୁ ଏହି କମିଟିରେ ସାମିଲ କରିପାରିବେ ।

Comments are closed.