ଭୁବନେଶ୍ୱର : ମମିତା ମେହେର ମାମଲାରେ ବିଧାନସଭା ଅପରାହ୍ନ ୪ଟା ଯାଏ ସ୍ଥଗିତ ହେଲା ପରେ ବିଜେପି ବିଜେପି ଆଜି ଗୃହ ବାହାରେ ମଧ୍ୟ ଅଭିନବ ଶୈଳୀରେ ପ୍ରତିବାଦ କରିଛି । ବିଜେପି ବିଧାୟକ ମାନେ ପିଏମଜି ଯାଅ ସେଠାରେ ପୋଷ୍ଟ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଇଛନ୍ତି ।
ଏହି ଚିଠିରେ ମମିତା ଭଳି ଅନେକ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉତରକୁ ଅପେକ୍ଷା କରିବେ ବୋଲି ବିଜେପି ବିଧାୟକ ମାନେ ଲେଖିଛନ୍ତି ।
ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାୱାରୀ ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ବିଧାନସଭାକୁ କାହିଁକି ଆସୁନାହାନ୍ତି ତାହାକୁ ନେଇ ବିଜେପି ବିଧାୟକ ମାନେ ପ୍ରଶ୍ନ କରିଛନ୍ତି । ଦ୍ ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ଗୃହ ଅଚଳ ହେଉଥିଲେ ମଧ୍ୟ ଏହାକୁ ସ୍ୱାଭାବିକ କରିବାକୁ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ଉଦ୍ୟମ ହେଉନଥିବା ବିଜେପି ବିଧାୟକ ମାନେ ଅଭିଯୋଗ କରିଛନ୍ତି ।
Comments are closed.