୧୫ରେ ନବୀନ-ରାଜୀବ ଆଲୋଚନା

32

ଭୁବନେଶ୍ୱର : ୧୫ରେ ଓଡ଼ିଶା ଆସିବେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର । ସେ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବେ । ଏଥିସହିତ ଡିଏମ୍ଇଓ ଡିଜି, ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିସନରଙ୍କ ସହ ସେ ବିଭିନ୍ନ କ୍ଷେତ୍ରରେ ବିକାଶ ସୂଚକାଙ୍କ ନେଇ ରିପୋର୍ଟ ଉପସ୍ଥାପନ କରିବେ । ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ନିଯୁକ୍ତି, ଆକାଂକ୍ଷା ଜିଲ୍ଲା ଆଦି କ୍ଷେତ୍ରରେ ବିଭିନ୍ନ ମାନଦଣ୍ଡ ଆଧାରରେ ରାଜ୍ୟଗୁଡ଼ିକ ପାଇଁ ଯେଉଁ ରିପୋର୍ଟ ହୋଇଛି ସେ ସମ୍ପର୍କରେ ଆଲୋଚନା ହୋଇପାରେ । ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଯାହାସବୁ ଯୋଜନା ରହିଛି ତାହା ନୀତି ଆୟୋଗଙ୍କ ଆଗରେ ଉପସ୍ଥାପନ କରାଯିବ । ଏଥିସହିତ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ପୁରୀ, ଚିଲିକା ଓ କୋଣାର୍କ ପରିଦର୍ଶନ କରିବେ । ସିଭିଲ୍ ସୋସାଇଟି, ଶିଳ୍ପଂସଘ ଓ ଶିକ୍ଷାବିତ୍ଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଓଡ଼ିଶା ବିକାଶରେ ବିଭିନ୍ନ ସମସ୍ୟା ଦେଖାଯାଉଥିବାରୁ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି ମଧ୍ୟ ହରାଇ ପାରନ୍ତି ରାଜ୍ୟ ସରକାର ।

Comments are closed.