ଜୱାଦ ପ୍ରଭାବ : ୧୨ ଜିଲ୍ଲାର ୧୩୧ ବ୍ଲକ୍ ପ୍ରଭାବିତ

76

ଭୁବନେଶ୍ୱର : କେତେ କ୍ଷୟକ୍ଷତି କରିଛି ଜୱାଦ? ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି କେନ୍ଦ୍ରୀୟ ଟିମ୍ । କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ, ଏସ୍ଆରସି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛ କେନ୍ଦ୍ରୀୟ ଟିମ୍ । ଆଲୋଚନା ପରେ ରାଜ୍ୟ ସରକାର କହିଛନ୍ତି ଯେ, ପ୍ରାଥମିକ ଆକଳନରୁ ୧୨ ଜିଲ୍ଲାର ୧୩୧ ବ୍ଲକ୍ର ଚାଷଜମି ପ୍ରଭାବିତ ହୋଇଛି । ଏଥିସହିତ ୫.୭୮ଲକ୍ଷ ହେକ୍ଟର ଜମିର ଧାନଚାଷ ନଷ୍ଟ ହୋଇଛି । ଏହି ପ୍ରଭାବିତ ୧୨ ଜିଲ୍ଲା ହେଲା ଗଞ୍ଜାମ, ଭଦ୍ରକ, ପୁରୀ, କଟକ,ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ନୟାଗଡ଼ ଓ ମୟୂରଭଞ୍ଜ । ତେବେ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ମିଳିବା ଆବଶ୍ୟକ ବୋଲି ୬ଜଣିଆ କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତି ଆକଳନ ପରେ କହିଛନ୍ତି । ଏହାପରେ ସେମାନେ ଦିଲ୍ଲୀ ଫେରିଯାଇଛନ୍ତି । ବାତ୍ୟା ଜନିତ ଲଗାଣ ବର୍ଷାରେ ·ଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଥିବା କେନ୍ଦ୍ରୀୟ ଟିମ୍ ସଦସ୍ୟ ଡକ୍ଟର ମାନସ କୁମାର ସିହ୍ନା କହିଛନ୍ତି । ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଚିନାବାଦାମ ପରି ଅର୍ଥକରୀ ଫସଲ, ପନିପରିବା ବିଲରେ ପଚିଯାଇଛି । ଚାଷୀଙ୍କୁ କିପରି ଉଚିତ୍ ସହାୟତା ମିଳିବ ସେ ନେଇ କେନ୍ଦ୍ରୀୟ ଟିମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ ।

ଏହାସହ ଦୁର୍ବିପାକ ସମୟରେ ଫସଲ ନଷ୍ଟ ରୋକିବାକୁ ଦୀର୍ଘ ମିଆଦୀ ପଦକ୍ଷେପ ନେବାକୁ କୁହାଯାଇଛି । ଜମିରୁ ଜଳ ନିଷ୍କାସନ ଯେପରି ସୁବିଧାରେ ହୋଇପାରିବ, ସେଥିଲାଗି କ୍ଷେତ୍ରସ୍ତରରେ ପଦକ୍ଷେପ ନିଆଯିବ । ଆବଶ୍ୟକ ସ୍ଥଳେ ରିଲିଫ କୋଡ୍ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇପାରେ । କେନ୍ଦ୍ରୀୟ ଟିମ କ୍ଷୟକ୍ଷତି ଆକଳନ କରି ସପ୍ତାହକ ମଧ୍ୟରେ ସ୍ୱରାଷ୍ଟ୍ର ବିଭାଗକୁ ରିପୋର୍ଟ ପ୍ରଦାନ କରିବ ।

Comments are closed.