ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ତାରିଖ । ଆଉ ୩ ଦିନ ପରେ ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ପାଖାପାଖି ୬ ହଜାର ୭୯୪ ସରପଞ୍ଚ ଓ ସମିତି ସଭ୍ୟ, ୯୨ ହଜାର ୱାର୍ଡ ମେମ୍ବର, ୮୫୩ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ହେବ ନିର୍ବାଚନ । ରାଜ୍ୟ ନିର୍ବାଚନ କମିଶନ ଚଳିତ ବର୍ଷ ୱାର୍ଡ ସଦସ୍ୟଙ୍କଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଦସ୍ୟଙ୍କ ପର୍ଯ୍ୟନ୍ତ ଖର୍ଚ୍ଚ ସୀମା ବୃଦ୍ଧି କରିଛନ୍ତି । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହୋଇଥିବା ସମସ୍ତ ନୂଆ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ୍ କରାଯାଇଛି । ଆସନ୍ତା ନିର୍ବାଚନରେ ଅଧାରୁ ଅଧିକ ସରପଞ୍ଚ ହେବେ ମହିଳା । ମୋଟ ଆସନ ମଧ୍ୟରୁ ୩୫୦୦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆବର୍ଗ ମହିଳାଙ୍କ ପାଇଁ ୪୨୯ଟି ଆସନ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ୫୨୫ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୭୬ ଆସନ ସଂରକ୍ଷିତ ରହଛି । ଏହା ସହିତ ୧୧୭୦ଟି ଆସନ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ସେହିପରି ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୩ ହଜାର ୫୩୮ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଜିଲ୍ଲା ପରିଷଦରେ ୪୩୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ଏଥିପାଇଁ ତିନି ଦଳ ଆରମ୍ଭ କରିଛନ୍ତି ସଜବାଜ । ଏବେଠାରୁ ୩ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗାଁ ଗାଁରେ ଜମିଲାଣି ନେତାଙ୍କ ଭିଡ । କେଉଁଠି କର୍ମୀଙ୍କୁ ଧରି ନେତାଏ ମାରାଥନ ବୈଠକ କରୁଛନ୍ତି ତ ଆଉ କେଉଁଠି ଚାଲିଛି ମିଶ୍ରଣ ପର୍ବ । ୨୦୦୦ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୨ ପଞ୍ଚାୟତ ନିର୍ବାଚନକୁ ସେମି ଫାଇନାଲ ବୋଲି ବିବେଚନା କରାଯାଉଛି । ଏଥିପାଇଁ ୩ ରାଜନୈତିକ ଦଳ ବିଶେଷକରି ବିଜେଡି,ବିଜେପି ଓ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କଲେଣି । ଶାସକ ଦଳ ସୋସିଆଲ ମିଡିଆକୁ ଅସ୍ତ୍ର କରି ନିର୍ବାଚନକୁ ଓହ୍ଲାଇବ । ତୃଣମୂଳସ୍ତରରେ ସଂଗଠନ ମଜଭୁତ କରିବା ପାଇଁ ହ୍ୱାଟ୍ସଆପ୍ ମ୍ୟାନେଜମେଣ୍ଟ କରାଯାଉଛି ।
Comments are closed.