୧୫ରୁ ବଢ଼ିବ ଶୀତ

0 38

ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲିଠାରୁ ଅର୍ଥାତ ୧୫ ତାରିଖରୁ ଶୀତର ପ୍ରଭାବ ବୃଦ୍ଧି ପାଇବ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୫ ତାରିଖରୁ ରାଜ୍ୟରେ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ପବନ ପ୍ରବାହ କରିବ । ଯାହାଫଳରେ ଶୀତ ଅଧିକ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ୧୫ ଡିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୦୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଶୀତ ସହ ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି । ଫୁଲବାଣୀରେ ୧୦୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ରହିଥିଲା । ଆସନ୍ତାକାଲି ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ କୁହୁଡି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.