“ପୁଷ୍ପା’: ୨ଦିନରେ ୨୦୦ କୋଟିର ବ୍ୟବସାୟ

0 67

ନୂଆଦିଲ୍ଲୀ ୨୧/୧୨: ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ \”ପୁଷ୍ପା\’ କେବଳ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇନାହିଁ ବରଂ ବକ୍ସ ଅଫିସରେ ମଧ୍ୟ କମାଲ କରିଛି । ଯେଉଁଥିରେ ତିନି ଦିନ ମଧ୍ୟରେ ୨୦୦ କୋଟି ଟଙ୍କା ବ୍ୟବସାୟ କରାଯାଇଛି । ଡିସେମ୍ବର ୭ ରେ ୫ ଟି ଭାଷାରେ ମୁକ୍‌ତିଲାଭ କରିଥିବା ଫିଲ୍ମର ପ୍ରତ୍େୟକ ଚରିତ୍ରକୁ ଦର୍ଶକମାନେ ପ୍ରଶଂସା କରୁଛନ୍ତି । ଏହି ଫିଲ୍ମର ହିନ୍ଦୀ ଭର୍ସନ ଦେଖି ଉତ୍ତର ଭାରତର ଲୋକମାନେ ମଧ୍ୟ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ସାମ୍ୟାଙ୍କ ଅଭିନୟକୁ ନେଇ ବହୁତ ପ୍ରତିକ୍ରିୟା ଦେଉଛନ୍ତି । କିନ୍ତୁ ଏଥିମଧ୍ୟରେ ନିର୍ମାତାଙ୍କୁ ଏକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । କାରଣ ଏହି ଫିଲ୍ମରେ ଏକ ଆଡଲ୍ଟ ସିନ୍ ରହିଛି । ଯାହାକୁ ପରିବାର ସହିତ ବସି ଦେଖାଯାଇପାରିବ ନାହିଁ । ଆଡଲ୍ଟ ସିନ୍ ହେତୁ ଏହି ଫିଲ୍ମକୁ ନେଇ ଅନଲାଇନ୍ ବିବାଦ ଉପୁଜିଛି । ଏହା ସେହି ସିନ୍ ଯେଉଁଠାରେ ଶ୍ରୀବଲ୍ଲୀଙ୍କ ଚରିତ୍ରରେ ରଶ୍ମିକା ମନ୍ଦନା ପୁଷ୍ପା ରାଜ ଅର୍ଥାତ୍ ଅଲୁ ଅର୍ଜୁନଙ୍କ ପ୍ରତି ନିଜର ଭାବନା ପ୍ରକାଶ କରନ୍ତି । ଏହି ସିନରେ ପୁଷ୍ପା ରାଜ ପ୍ରେମୀକା ଶ୍ରୀବଲ୍ଲୀଙ୍କ ଛାତିକୁ ଟଚ୍ କରିଥିବାର ନଜର ଆସିଛନ୍ତି । ଏହା କୁହାଯାଉଛି ଯେ ବର୍ତ୍ତମାନ ଫିଲ୍ମ ନିର୍ମାତା ପୁଷ୍ପାର ସିନକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଏହା ଆଡଲ୍ଟ ରେଟେଡ୍ କଣ୍ଟେଟ୍ ଏବଂ ଏହା ପ୍ରେକ୍ଷାଳୟରେ ଫିଲ୍ମ ଦେଖିବା ସମୟରେ ପରିବାର ଦର୍ଶକଙ୍କୁ ଅସହଜ କରିପାରେ । ଏହା ମଧ୍ୟ କୁହାଯାଉଛି ଯେ ପୁଷ୍ପାର ତିନି ଘଣ୍ଟା ସମୟ ହେତୁ ଫିଲ୍ମର ଆଉ କିଛି ସିନ୍ ଛୋଟ ହୋଇପାରେ ।

Leave A Reply

Your email address will not be published.