୩ଦିନ ବନ୍ଦ ରହିବ ଅଧୀନ ସବୁ ଧର୍ମାନୁଷ୍ଠାନ: ବିଏମସି

0 70

ଭୁବନେଶ୍ବର ୩୦।୧୨:  ତିନି ଦିନ ବନ୍ଦ ରହିବ ବିଏମ୍‌ସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ । ୩୧ ତାରିଖଠୁ ୨ ତାରିଖ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜନସାଧାରଣଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ରକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ୩ ଦିନ ଧରି ବିଏମସି ଅଧୀନରେ ଥିବା ମନ୍ଦିର, ମସଜିଦ, ଗୁରୁଦ୍ବାରା, ଚର୍ଚ୍ଚ ଇତ୍ୟାଦି ସମସ୍ତ ଧାର୍ମିକ ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । କୋଭିଡ୍-୧୯ ପ୍ରୋଟକଲଗୁଡିକର କଡା ଅନୁକରଣ ମଧ୍ୟରେ ସେବାୟତମାନଙ୍କ ଦ୍ବାରା ସମସ୍ତ ରୀତିନୀତି କରାଯିବ ।

Leave A Reply

Your email address will not be published.