ପାରିବାରିକ କନ୍ଦଳରୁ ସ୍ତ୍ରୀକୁ ଦାଆରେ କାଟିଲେ ସ୍ୱାମୀ : ସ୍ୱାମୀ ଗିରଫ

0 64


ପାରଳାଖେମୁଣ୍ଡି,୩୦ା୧୨ : ଗଜପତି ଜିଲ୍ଲାର ଗାରାବନ୍ଧ ଥାନା ଅଞ୍ଚଳରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଯାଇଛି । ପାରିବାରିକ ଅଶାନ୍ତି ଓ କନ୍ଦୋଳ ଯୋଗୁଁ ସ୍ୱାମୀ ଉତ୍ତେକ୍ତ ହୋଇ ଧାନ କଟା ଦାଆରେ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ଅନୁଧ୍ୟାନ କରିବା ପରେ ସାଇଣ୍ଟିଫିକ ଟିମ୍କୁ ଡକାଇଥିଲେ । ସାଇଣ୍ଟିଫିକ୍ଟିମ୍ ସହ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ôଚ ସମସ୍ତ ତଦନ୍ତ ସାରି ଫେରିଛନ୍ତି । ହତ୍ୟାକାରୀ ସ୍ୱାମୀକୁ ପୋଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ ଆଜି ସକାଳୁ ୮ଘଣ୍ଟା ୩୫ ମିନିଟ ବେଳେ ଗଜପତି ଜିଲ୍ଲାରୁ ଗାରବନ୍ଧ ଥାନା ଅଞ୍ଚଳର ଅଡାଗାଁ ଠାରେ ସ୍ୱାମୀ ଗଙ୍ଗାବଡମୁଣ୍ଡି (୪୩) ନିଜ ସ୍ତ୍ରୀ ସଞ୍ଜନା ବଡମୁଣ୍ଡି (୩୫)ଙ୍କ ମଧ୍ୟରେ ପାରିବାରିକ ବଚସା ଓ କନ୍ଦୋଳ ହୋଇଥିଲା । ଏଥିରେ ସ୍ୱାମୀ ଗଙ୍ଗା ବଡମୁଣ୍ଡି ଅତ୍ୟନ୍ତ ଉତ୍ୟକ୍ତ ହୋଇ ସ୍ତ୍ରୀ ସଞ୍ଜନାକୁ ଧାନ କଟା ଦାଆରେ ଆକ୍ରମଣ କରି ଗଳା କାଟି ହତ୍ୟା କରିଥିବା ଜଣାପଡିଛି । ଏମାନଙ୍କର ଜଣେ ପୁଅ ସହ ୩ଝିଅ ଥିବା ସୂଚନା ମିଳିଛି । ପୋଲିସ ଘଟଣା ସମ୍ପର୍କରେ ଯାଣିବା କ୍ଷଣି ଘଟଣା ସ୍ଥଳରେ ପହଞ୍ôଚ ଅନୁଧ୍ୟାନ କରିବା ସହ ସାଇଣ୍ଟିଫିକ୍ ଟିମ୍କୁ ତଦନ୍ତ ପାଇଁ ଡକାଇଥିଲେ । ଅପରାହ୍ନ ୨.୩୦ ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ôଚ ସମସ୍ତ ତଦନ୍ତ ସାରି ଫେରିଛନ୍ତି । ମୃତ ସ୍ତ୍ରୀ ଗଙ୍ଗାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଗଜପତି ଏଏସ୍ପି ବାମଦେବ ସିଂ ଘଟଣା ସ୍ଥଳରେ ଅନୁଧ୍ୟାନ କରି ଫେରିଛନ୍ତି । ଗାରବନ୍ଧା ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତ ରାୟ ଏନେଇ ସୂଚନା ଦେଇଛନ୍ତି ଯେ, ପାରିବାରିକ କନ୍ଦଳରୁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଛି । ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ତଦନ୍ତ ପରେ ହତ୍ୟାକାରୀ ସ୍ୱାମୀକୁ ଗିରଫ କରାଯାଇଛି । ଗାରାବନ୍ଧ ଥାନାରେ ଏନେଇ ୧୦୫/୨୧ ଏକ ମାମଲା ରୁଜୁ ହୋଇଛି । ହତ୍ୟାକାରୀ ସ୍ୱାମୀ ବିରୁଦ୍ଧରେ ୩୦୨ ଦଫା ରୁଜୁ କରାଯାଇଛି ।

Leave A Reply

Your email address will not be published.