ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଧକ୍କାରେ ମାଆ ଓ ଶିଶୁ ମୃତ

0 73

କୋଟପାଡ଼ : କୋଟପାଡ଼ ବ୍ଲକ ଅନ୍ତର୍ଗତ ମହନ୍ତିପୁଟ ନିକଟରେ ଟ୍ରକ ଧକ୍କା ଫଳରେ ସୁମତି ଗାଦବା(୩୦) ଓ ତାଙ୍କ ଦୁଇ ବର୍ଷର ଶିଶୁପୁତ୍ର ଗଣେଶର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଖବର ମିଳିଛି।ଖବର ନେବାରୁ ଜଣାପଡ଼ିଛି ଯେ ଗାଡି ନମ୍ବର ଓ ଆର୨୧ବି ୮୨୮୫ର ଟ୍ରକ ବିଜୁଳି ଖୁଣ୍ଟି ନେଇ ବୋବେୟା ଅଭିମୁଖେ ଯାଉଥିଲା ଓ ନିହତ ମହିଳା ନିଜ ସ୍ୱାମୀ ପାଇଁ ଔଷଧ ନେଇ ବୋବେୟା ରୁ ମହାନ୍ତିପୁଟ ନିଜ ଘରକୁ ଫେରୁଥିଲେ।ମହାନ୍ତିପୁଟ ଗ୍ରାମ ନିକଟରେ ଟ୍ରକଟି ଉକ୍ତ ମହିଳାକୁ ଧକ୍କା ଦେଇଥିଲା।  ଘଟଣା ସ୍ଥଳରେ ହିଁ ମାଆ ଓ ଶିଶୁପୁତ୍ରଙ୍କ ଜୀବନ ଚାଲିଯାଇଥିଲା।ଏହାଦ୍ବାରା ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଘଟଣାସ୍ଥଳରେ  କୋଟପାଡ଼ ଥାନା ଅଧିକାରୀ ଶ୍ରୀ ଶେଷଦେବ ବେହେରା, ଏସଆଇ ଶ୍ରୀ ସୁନୀଲ କୁମାର ସ୍ବାଇଁ, ଏଏସଆଇ ଶ୍ରୀ ଯୁଧିଷ୍ଠିର ମୁଦୁଲି ଦଳବଳ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave A Reply

Your email address will not be published.