କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ବନ୍ଦ ଡାକରା

0 63

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଠାରେ  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆଦିବାସୀ ମାନଙ୍କ ପାଇଁ ସରପଞ୍ଚ ଓ ବ୍ଲକ ଅଧକ୍ଷ ପଦବୀ ଉଚ୍ଛେଦ ହେତୁ କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ବନ୍ଦ ଡାକରା ଦେଇଛି I ବ୍ଲକ ରେ ସମସ୍ତ ଆଦିବାସୀ ଜନସଂଖ୍ୟା ୮୪୧୧ଥିବାବେଳେ କାହିଁକି ଆଦିବାସୀ ମାନଙ୍କୁ ଅଣଦେଖା କରୁଛନ୍ତି  ସେ ଉପରେ ରାଜ୍ୟ ସରକାର ଉପରେ ବର୍ଷିଥିଲେ କର୍ଲାମୁଣ୍ଡା ଆଦିବାସୀ ସଂଘ I ଯଦି ଏହାର ତୁରନ୍ତ ସମାଧାନ ନ ହେଲେ ଆମେ ଭୋଟ ବର୍ଜନ ହେବ ବୋଲି ସଂଘ ପକ୍ଷରୁ ଦାବି କରିଥିଲେ I ସଙ୍ଘ ପକ୍ଷରୁ ଦୋକାନ ବଜାର ବନ୍ଦ କରିବା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଯାନ ବହନ ଚଳାଚଳ ମଧ୍ୟ ବନ୍ଦ କରିଥିଲେ I ଏଥିରେ ବ୍ଲକ ସଭାପତି ସୁରେନ୍ଦ୍ର ଭୋଇ ସମ୍ପାଦକ ଡୋଳାମଣିଭୋଇ,  ନନ୍ଦିକିଶୋର ଭୋଇ, ଓ ସମସ୍ତ ଆଦିବାସୀ ସମାଜ   ପ୍ରମୁଖ ଉପସ୍ଥିତି ରହି ବନ୍ଦ ଡାକରା କୁ ସଫଳ କରିଥିଲେ I

Leave A Reply

Your email address will not be published.