ମହିଳାଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ

0 67

ଭୁବନେଶ୍ବର ୫।୧: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଭୁବନେଶ୍ବର ଜଗନ୍ନାଥ ନଗର ଲେନ୍-୪ରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ସହିଦନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ନୂଆବର୍ଷ ଆରମ୍ଭରୁ ଆତଙ୍କ ଖେଳାଇଛନ୍ତି ଅପରାଧୀ । ରାଜଧାନୀରେ ଲୁଟ୍ ପାଟ, ଆକ୍ରମଣ, ଛିନତାଇ, ରାହାଜାନୀ ମଧ୍ୟ ବଢିବାରେ ଲାଗିଛି । ଅପରାଧୀମାନଙ୍କ ଅପରାଧରେ ଲଗାମ ଲାଗୁନଥିବା ବେଳେ ଅପରାଧ ବି ବଢୁଛି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.