ଏମଏସ ଧୋନି କ୍ଲବରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

0 50

କେନ୍ଦୁଝର, କେନ୍ଦୁଝର ଉପଖଣ୍ଡର ନରଣପୁର ପଞ୍ଚାୟତର ହଳଦିଆଟାଙ୍ଗିରି ଠାରେ ଯୁବ ଗୋଷ୍ଠୀ ଭିତରେ କ୍ରୀଡ଼ାର ଉତ୍ସାହ ସୃଷ୍ଟି କରିବା ଲକ୍ଷରେ ଏମ ଏସ ଧୋନି କ୍ଲବ ଆନୁକୂଲ୍ୟରେ କୋଭିଡ କଟକଣା ପାଳନ ପୂର୍ବକ ଅଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଉଦଘାଟନ କରାଯାଇଛି। ଏଥିରେ ନରଣପୁର ସରପଞ୍ଚ ନରେନ୍ଦ୍ରନାଥ ନାଏକ, କପିଳେଶ୍ବର ସାଂସ୍କୃତିକ ପରିଷଦ ସଭାପତି ଭାଗବତ ନାଏକ, ବରିଷ୍ଠ ଶିକ୍ଷାବିତ ଧୀରେନ୍ ମହାନ୍ତି, ବରିଷ୍ଠ ସାମ୍ବାଦିକ ସତ୍ୟଜିତ ସାମନ୍ତରାୟ,ଙ୍କ ସହିତ କପିଳେନ୍ଦ୍ର ସାହୁ, ସନ୍ତୋଷ କୁମାର ସାମଲ, ସନ୍ତୋଷ କୁମାର ସାହା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ , ଉତ୍ସାହିତ କରିଥିଲେ। ତିନି ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତା ରେ କରଞ୍ଜିଆ, ପାଟଣା, ତୁରୁମୁଙ୍ଗା, ଝୁମ୍ପୁରା, ଚମ୍ପୁଆ, ମାଣ୍ଡୁଆ, କାଶୀପୁର, ଢେଙ୍କିକୋଟ ଆଦି ବିଭିନ୍ନ କ୍ଲବର ଟିମ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଘାଟନୀ ମ୍ୟାଚ ପାଟଣା ଓ ତୁରୁମୁଙ୍ଗା ଭିତରେ ଖେଳା ଯାଇଛି। ଆସନ୍ତା ୯ତାରିଖ ସନ୍ଧ୍ୟାରେ ଫାଇନାଲ ଖେଳ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରାଯିବ ବୋଲି କ୍ଲବର ସମ୍ପାଦକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ କ୍ଲବର ସଦସ୍ୟ ତପୁ ସାହୁ,ଦିଲୀପ କୁମାର ନାଏକ, ଜଗନାଥ ନାଏକ, ସୁବର୍ଣ କୁମାର ଜେନା, ନୃପତି ଜେନା, ଦିବ୍ୟଜ୍ୟୋତି ସାହୁ, ଦେବାଶିଷ ନାୟକ, ଜ୍ଞାନରଞ୍ଜନ ନାଏକ, ପ୍ରେମଚନ୍ଦ ଜେନା, ତଥାଗତ ମହାନ୍ତି, ଓ ଦେବନନ୍ଦ ପରିଡା ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.