ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ

0 152

ଆଠଗଡ଼ ୧୩।୦୧: ମକର ସଂକ୍ରାନ୍ତି ପାଇଁ ଧବଳେଶ୍ବର ପୀଠରେ କଟକଣା । କୋଭିଡ କଟକଣା ପାଳନ ନିମନ୍ତେ ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ । ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଠଗଡ଼ ଉପଜିଲ୍ଲପାଳ ହେମନ୍ତ କୁମାର ସ୍ବାଇଁଙ୍କ ସୂଚନା । ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୀଠରେ ୧୪୪ ଧାରା ଜାରି କରାଯାଇଛି । ଶୁକ୍ରବାର ବା ୧୪ ତାରିଖ ସକାଳ ୬ଟା ଠାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । ମକର ସଂକ୍ରାନ୍ତିରେ ଧବଳେଶ୍ଵରଙ୍କ ପୀଠକୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ନଆସିବା ପାଇଁ ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୦ହଜାରୁ ଅଧିକ କେସ୍‌ ସାମ୍ନାକୁ ଆସିଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.