ବିବାଦୀୟ ବୁଲିବାଇ ଆପ୍ ମାମଲାର ମୁଖ୍ୟ ଅଭିଯୁକ୍ତ ଓଡିଶାରୁ ଗିରଫ

0 59

ଭୁବନେଶ୍ୱର ୨୦।୦୧: ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲା। ଓଡିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ସାଇବର ସେଲ୍‌ । ଗିରଫ ଅଭିଯୁକ୍ତ ହେଲେ ନୀରଜ ସିଂ । ନୟାପଲ୍ଲୀ ଅଞ୍ଚଳରୁ ଗିରଫ କଲା ମୁମ୍ବାଇ ସାଇବର ସେଲ୍ । ଖବର ଅନୁଯାୟୀ, ବିବାଦୀୟ ବୁଲିବାଇ ଆପ୍ ତିଆରି କରିବାରେ ନୀରଜର ମୁଖ୍ୟ ଭୂମିକା ଥିଲା । ଗତ କିଛି ଦିନ ହେଲା ନୀରଜକୁ ଖୋଜୁଥିଲା ମୁମ୍ବାଇ ସାଇବର ସେଲ୍‌ । ଶେଷରେ ସେ ସାଇବର ସେଲ ହାତରେ ପଡିଲା । ଓଡିଶାରୁ ନୀରଜକୁ ଧରିବାରେ ସଫଳ ହୋଇଛି ପୋଲିସ ।ନୀରଜ ଜଣେ ଇଞ୍ଜିନିୟରିଂ ଓ ଏମ୍‌ବିଏ ଛାତ୍ର ବୋଲି ଜଣାପଡିଛି । ଇଞ୍ଜିନୟରିଂ ଛାତ୍ର ହୋଇଥିବାରୁ ବୁଲିବାଇ ଆପ୍‌ ତିଆରି କରିବାରେ ନୀରଜର ମୁଖ୍ୟ ଭୂମିକା ଥିଲା ।

Leave A Reply

Your email address will not be published.