ଗଜପତି ଜିଲ୍ଲା ଦୈରାଜଜ୍‌ଙ୍କ ଅଦାଲତ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା

0 73

ପାରଳାଖେମୁଣ୍ଡି, ୨୦|୧   :  ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଠାରେ ଥିବା ଜିଲ୍ଲା ଦୈରାଜଜ୍‌ଙ୍କ ଅଦାଲତ ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଗଜପତି ଜିଲ୍ଲା ଦୈରାଜଜ୍‌ଙ୍କ ଅଦାଲତରେ ପ୍ରାୟ ୪୦ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ଯୋଗୁଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅଦାଲତ ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ଏହି ଘୋଷଣାନୁଯାୟୀ ଗତ କାଲି ଠାରୁ ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ ୪ ଦିନ ପାଇଁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା ବଳବତ୍ତର ରହିବ । ଏଥି ସହ ଜିଲ୍ଲା କୋର୍ଟ ଏହି ୪ ଦିନ ପାଇଁ ବନ୍ଦ ରହିବ ।

Leave A Reply

Your email address will not be published.