ଟୟୋଟା ମୋଟର ପକ୍ଷରୁ ହିଲକ୍ସର ବଜାର ପ୍ରବେଶ

0 71

ଟୟୋଟା କିର୍ଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ଲାଇଫ୍ ଷ୍ଟାଇଲ୍ ୟୁଟିଲିଟି ଭେହିକିଲ୍ ହିଲକ୍ସ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ବିଳାସପୂର୍ଣ୍ଣ ଶୈଳୀ, ପ୍ରଦର୍ଶନ କ୍ଷମତା, ଶକ୍ତି ଆଦି ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସିବ । ଏହାର ଉନ୍ମୋଚନ ଅବସରରେ ଟୟୋଟା ମୋଟର କର୍ପୋରେଶନ ଚିପ୍ ଇିନିୟର ୟୋଶିକି କୋନିଶି, ର୍ଟୋଟା ରିଜିଓନାଲ ଚିପ୍ ଇିନିୟର ଜୁରାଚାର୍ଟ ଜୋଙ୍ଗୁସୁକୁ, ଟୟୋଟା କିଲୋସ୍କର ମୋଟର ପରିଚାଳନା ନିର୍ଦ୍ଦେଶକ ମାସାକାଜି ୟୋଶିମୁରା, ଟୟୋଟା କିଲୋସ୍କର ମୋଟର ସେଲସ୍ ଏବଂ କଷ୍ଟମର ସର୍ଭିସ୍ ଉପ ସଭାପତି ତାଦାଶି ଆସାଜୁମା, ଟୟୋଟା କିଲୋସ୍କର ମୋଟର ଷ୍ଟ୍ରାଟେଜିକ୍ ବିଜନେସ୍ ୟୁନିଟ୍ ଜେନେରାଲ ମ୍ୟାନେଜର ୱାଇଜ୍ଲାଇନ୍ ସିଗାମନି ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱସ୍ତରରେ ୧୮୦ରୁ ଅଧିକ ଦେଶରେ ହିଲକ୍ସ୍ ୨୦ ନିୟୁତ ୟୁନିଟ୍ରୁ ଅଧିକ ବିକ୍ରି ହୋଇଛି । ଏହା ଏକ ଶକ୍ତିଶାଳୀ, ଅତ୍ୟାଧୁନିକତା ଏବଂ ବିଳାସପୂର୍ଣ୍ଣ ଯାନ । ଏଥିରେ ବହୁ ସ୍ୱତନ୍ତ୍ର ଏବଂ ସୁବିଧା ଜନକ ବୈଶିଷ୍ଟ୍ୟକୁ ଅ”ର୍ଭୁକ୍ତ କରାଯାଇଛି । ଏହାର ୱାଟର ୱାଡିଂ କ୍ଷମତା ୭୦୦ଏମ୍ଏମ୍ ରହିଛି । ଏଥିରେ ୧୮ ଇଂଚ ଆଲୟେ ହ୍ୱିଲ୍, ଏଲଇଡି ରିୟର କମ୍ବି ଲ୍ୟାମ୍ପ୍,ଫ୍ରଂଟ୍ ପାର୍କିଂ ସେନସର୍, ଟ୍ୟାବଲେଟ୍ ଷ୍ଟାଇଲ୍ ୮ ଇଂଚ ଟଚ୍ ସ୍କ୍ରିନ୍ ଇନଫୋଟାନ୍ମେଂଟ୍ ସିଷ୍ଟମ୍, ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ କାର୍ ପ୍ଲେ ଆଦି ବୈଶିଷ୍ଟ୍ୟ ରହିଛି । ଏହା ସହିତ ଏଥିରେ ଏବିଏସ୍, ଇବିଡି, ବ୍ରେକ୍ ଆସିଷ୍ଟ୍ ସିଷ୍ଟମ୍, ହିଲ୍ ଷ୍ଟାର୍ଟ ଆସିଷ୍ଟ୍ କଂଟ୍ରୋଲ ଆଦି ବ୍ୟବସ୍ଥା ରହିଛି । ହିଲକ୍ସ୍ରେ ଏସଆରଏସ ୭ ଏୟାର ବ୍ୟାଗ୍, ଡାଉନ ହିଲ୍ ଆସିଷ୍ଟ କଂଟ୍ରୋଲ, ଭେହିକିଲ୍ ଷ୍ଟାବିଲିଟି କଂଟ୍ରୋଲ ଆଦି ସୁରକ୍ଷା ବୈଶିଷ୍ଟ୍ୟ ରହିଛି । ଏଥିରେ ୫୦୦ ଏନ୍ଏମ୍ ଟର୍କ,ଟ୍ରୁବୋ ଇିନ୍, ଆଇଏମ୍ଭି ଫ୍ରେମ୍ ବୈଶିଷ୍ଟ୍ୟ ରହିଛି । ଉଭୟ ପ୍ରଦର୍ଶନ ଏବଂ ବିଳାସପୂର୍ଣ୍ଣ ଏସୟୁଭି ଖୋଜୁଥିବା ଲୋକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ଏହା ସକ୍ଷମ । ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୨୦୨୨ ମାର୍ଚ୍ଚରେ ଘୋଷଣା କରାଯିବ । ଏହାର ଡେଲିଭରୀ ୨୦୨୨ ଏପ୍ରିଲ୍ଠାରୁ ଆରମ୍ଭ ହେବ ।

Leave A Reply

Your email address will not be published.