ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବ

0 81

ଭୁବନେଶ୍ୱର,୧୪/୦୨: ଦୀର୍ଘ ଦୁଇବର୍ଷ ପରେ ସ୍କୁଲ ଖୋଲିବାକୁ ସରକାର ବିଜ୍ଞପ୍ତି ପ୍ରକାଶ ପରେ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ହେଲେ ସରକାର ନିଷ୍ପତ୍ତି ବଦଳାଇଲେ । ସରକାରୀ ସ୍କୁଲରେ ନିର୍ବାଚନ ଓ କ୍ୟାମ୍ପସ୍‌ ସଫା ହୋଇନଥିବାରୁ ନୂଆ ନିର୍ଦ୍ଦେଶନାମା ଜାରି କଲେ । ୧୪ରୁ ସ୍କୁଲ ଖୋଲିବ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଆସିବେ । କିନ୍ତୁ ପିଲାମାନେ ୨୮ ତାରିଖରୁ ସ୍କୁଲ ଆସିବେ । ଘରୋଇ ସ୍କୁଲ ପାଇଁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନଥିବାରୁ ଘରୋଇ ସ୍କୁଲରେ ପାଠପଢ଼ା ନେଇ ଦ୍ୱନ୍ଦ୍ୱ ଉପୁଜୁଛି । କିଛି ସ୍କୁଲ କର୍ତ୍ତୃପକ୍ଷ କହୁଛନ୍ତି ଆଜି କ୍ଲାସ୍‌ ହେବ । ଆଉ କିଛି କହିଛନ୍ତି ୨୮ ତାରିଖରୁ ପାଠପଢ଼ା ଚାଲିବ । ପ୍ଲେ ସ୍କୁଲଗୁଡ଼ିକ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଆଜିଠୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବ ।

Leave A Reply

Your email address will not be published.