୧୪ ନୁହେଁ ନକଲି ଡାକ୍ତରଙ୍କ ୧୭ ସ୍ତ୍ରୀ

0 66

ଭୁବନେଶ୍ୱର ୧୬।୦୨: ୧୪ ନୁହେଁ ୧୭ ସ୍ତ୍ରୀଙ୍କ ସ୍ୱାମୀ ଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ । ଗୌହାଟିରେ ଜଣେ ଡାକ୍ତର, ଓଡିଶାରେ ଜଣେ ଉଚ୍ଚ ଶିକ୍ଷିତା, ଛତିଶଗଡ଼ରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ବିବାହ କରିଥିଲେ । ଆଗକୁ ଏହି ତାଲିକା ଲମ୍ବା ହୋଇପାରେ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସମସ୍ତଙ୍କ ସହ ପୋଲିସ ଯୋଗାଯୋଗ କରି ତଦନ୍ତ କରିଛୁ। ଲୋକଙ୍କୁ ଠକିବା ଓ ମହିଳାଙ୍କ ଇଜତ ସହ ଖେଳିବା ଭଳି ମାମଲା ଭଳି ଦଫା ଲଗାଇ ତଦନ୍ତ କରାଯିବ । ଏନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ଏହି ଟିମ୍‌ରେ ମହିଳା ଥାନା ଆଇଆଇସିଙ୍କ ସହ ୨ଜଣ ସବ୍‌ ଇନସପେକ୍ଟର , ଜଣେ ଏନ୍‌ଜିଓ କାଉନ୍‌ସିଲର ରହିଛନ୍ତି । ଅନେକ ମହିଳା କେସ୍‌ ସଂପର୍କରେ ଜାଣିବାକୁ ଫୋନ୍‌ କରିଛନ୍ତି । ସେମାନଙ୍କ ସହ ଯୋଗଯୋଗ କରି ତଦନ୍ତ ହେବ । ସେହିପରି ଜଗତସିଂହପୁର ଜଣେ ବ୍ୟକ୍ତିଙ୍କ ଠାରୁ ଗତ କିଛି ମାସ ଭିତରେ ଏମ୍‌ବିବିଏସ୍‌ କରିଦେବେ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଛି । ଗତବର୍ଷ ପାତ୍ରପଡାରେ ନକଲି ପରିଚୟ ଦେଇ ଭଡାରେ ରହୁଥିବା ନେଇ ମହିଳା ଥାନାରେ ଏକ ମାମଲା ରହିଛି । ଏବେ ରମେଶଙ୍କୁ ରିମାଣ୍ଡରେ ଅଣାଯିବ । ରିମାଣ୍ଡ ସମୟରେ ଆହୁରୀ ଅନେକ ତଥ୍ୟ ପୋଲିସ ହାତରେ ଲାଗିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।  

Leave A Reply

Your email address will not be published.