ଗଞ୍ଜାମର ୫ଟି ବ୍ଲକରେ ୧୬୪୫ ବୁଥ୍‌ରେ ମତଦାନ

0 58

ଖଲ୍ଲିକୋଟ ୧୬।୦୨: ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ବୁଧବାରଠୁ ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଜାରି ରହିଛି। ଗଞ୍ଜାମ ଜିଲ୍ଲାରେ ମୋଟ ୫ଟି ବ୍ଲକର ୧୬୪୫ ବୁଥ୍‌ରେ ମତଦାନ ଚାଲିଛି । ଦିନ ୧୧ଟା ସୁଦ୍ଧା ୨୯. ୭୦ ପ୍ରତିଶତ ମତଦାନ ହୋଇଛି । ଏବେ ସୁଦ୍ଧା ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ୫ଟି ବ୍ଲକ ଶେରଗଡ, ହିଞ୍ଜିଳି, ପୋଲସରା, କୁକୁଡାଖଣ୍ଡି ଓ ଦିଗପହଣ୍ଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ଏହି ୫ଟି ବ୍ଲକର ୧୬ଟି ଜିଲ୍ଲା ପରିଷଦ ଜୋନ୍, ୧୧୬ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଲାଗି ସମୁଦାୟ ୧୬୪୫ଟି ବୁଥ୍ ୫ ଲକ୍ଷ ୬୭ ହଜାର ୭୫୬ ଜଣ ଭୋଟର ମତଦାନ କରିବେ। ଶେରଗଡ ବ୍ଲକରେ ୩ଟି ଜୋନ ରହିଥିବା ବେଳେ ୨୨ଟି ପଞ୍ଚାୟତର ୩୦୧ଟି ୱାର୍ଡ ରହିଛି । ଏଥିରେ ମୋଟ ୧ଲକ୍ଷ ୭ହଜାର ୬୨୫ ଜଣ ଭୋଟର ରହିଛନ୍ତି । ସେହିପରି ହିଞ୍ଜିଳି ବ୍ଲକରେ ୩ଟି ଜୋନର ୨୧ ଟି ପଞ୍ଚାୟତ ୩୦୭ ଓା୍ୱର୍ଡ ରହିଥିବା ବେଳେ ୯୮ ହଜାର ୨୨୪ ଭୋଟର ରହିଛନ୍ତି । କୁକୁଡାଖଣ୍ଡି ବ୍ଲକରେ ୩ଟି ଜୋନରେ ୨୨ଟି ପଞ୍ଚାୟତରେ ୩୧୭ ଟି ୱାର୍ଡ ରହିଥିବା ବେଳେ ୧ଲକ୍ଷ ୨୧ ହଜାର ୩୮୬ ଭୋଟର । ଦିଗପହଣ୍ଡି ବ୍ଲକରେ ୪ଟି ଜୋନରେ ୨୫ଟି ପଞ୍ଚାୟତରେ ୩୮୧ଟି ୱାର୍ଡ ରହିଛି । ଏଥିରେ ମୋଟ ୧ଲକ୍ଷ ୨୭ ହାଜର ୨୧୩ ଭୋଟର ରହିଛନ୍ତି । ଅନ୍ୟପଟେ ପୋଲସରା ବ୍ଲକରେ ୩ଟି ଜୋନର ୨୬ଟି ପଞ୍ଚାୟତର ୩୩୯ ଟି ୱାର୍ଡରେ ୧ଲକ୍ଷ ୧୩ ହଜାର ୩୦୮ ଭୋଟର ରହିଛନ୍ତି । ଦିନ ୧୧ଟା ମଧ୍ୟରେ ଏହି ୫ଟି ବ୍ଲକରେ ୨୯.୭୦ ପ୍ରତିଶତ ମତଦାନ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି | ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ବୁଥ ପରିଦର୍ଶନ କରୁଛନ୍ତି |

Leave A Reply

Your email address will not be published.