ଜଳବାୟୁ ପରିବର୍ତ୍ତନ

0 68

ଜଳବାୟୁ ପରିବର୍ତ୍ତନ । ବିପଦ ପଥରେ ବିଶ୍ୱ ଓ ଲୋକଙ୍କ ଜୀବନ । କେବଳ କୋଭିଡ ମହାମାରୀ ପୃଷ୍ଠଭୂମିରେ ଏହି କଥା କୁହାଯାଉଛି ତାହା ନୁହେଁ, ପରିବେଶ ଦୃଷ୍ଟିରୁ ମଧ୍ୟ ସମଗ୍ର ବିଶ୍ୱରେ ଅବସ୍ଥା ବିଗିଡିବାରେ ଲାଗିଛି । କ୍ରମାଗତ ତାପମାତ୍ରା ବଢିବା ଯୋଗୁ ଆଗାମୀ କିଛି ବର୍ଷ ମଧ୍ୟରେ ଘୋର ବିପର୍ଯ୍ୟୟ ଆସିପାରେ ବୋଲି ଆକଳନ କରାଯାଇଛି । ଏନେଇ ଅନ୍ୟ କେହି ନୁହେଁ ଜାତିସଙ୍ଘ ହିଁ ସତର୍କ କରାଇଛି । ଚଳିତ ଶତାବ୍ଦୀର ଶେଷ ଭାଗ ଆଡକୁ ବିଶ୍ୱରେ ତାପମାତ୍ରା ୨.୭ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ଆମେରିକା ଓ ୟୁରୋପରେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା, ଚୀନ ଓ ଜର୍ମାନୀରେ ପ୍ରଳୟଙ୍କରୀ ବନ୍ୟା ଆଦି ଏହାର ପୂର୍ବ ସଙ୍କେତ ବୋଲି କୁହାଯାଉଛି ।ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଠାରୁ ଏହି ସତର୍କତା ଆସିଥିବାରୁ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ବୈଜ୍ଞାନିକଙ୍କ ମତରେ ବିଶ୍ୱର ତାପମାତ୍ରା ନିର୍ଦ୍ଧାରିତ ସ୍ତରରେ ରହିବା ଦରକାର । ଏଥିଲାଗି ସମସ୍ତ ରାଷ୍ଟ୍ର ପଦେକ୍ଷେପ ଲାଗି ପ୍ୟାରିସ ରାଜିନାମାରେ ଗୃହିତ ହୋଇଥିଲା । ମାତ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ଗୁରୁତର ଭାବେ ପଡୁଛି । ବର୍ତ୍ତମାନ ହାତରୁ ସମୟ ସରି ସରି ଆସୁଛି ବୋଲି କହିଛନ୍ତି ଗୁଟେରସ । ୨୦୩୦ ସୁଦ୍ଧା ବିଶ୍ୱର ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ପରିମାଣ ୪୫ ପ୍ରତିଶତ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଉଛି । ମାତ୍ର ଏହା ସମ୍ଭବ ହୋଇନାହିଁ । ବର୍ତ୍ତମାନର ଧାରାକୁ ଆକଳନ କଲେ ସ୍ପଷ୍ଟ ହେଉଛି ଯେ ୨୦୩୦ ବେଳକୁ ନିର୍ଗମନ ପରିମାଣ ୧୬ ପ୍ରତିଶତ ବୃଦ୍ଧି ପାଇବ । ଫଳରେ ବିଶ୍ୱ ତାପମାତ୍ରା ୨.୭ଡିଗ୍ରି ସେଲସିୟସ ବଢିବାର ଆଶଙ୍କା ରହିଛି । ଉଦବେଗର ବିଷୟ ଏହି ଯେ ଅଙ୍ଗାରକାମ୍ଳ ହ୍ରାସ ନେଇ କୌଣସି ରାଷ୍ଟ୍ର ଗୁରୁତ୍ୱ ଦେଉନାହାନ୍ତି । ଏନେଇ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡିକ ସହାୟତା କରିବା ସହ ୧୦୦ ବିଲିୟନ ଡଲାରର ପ୍ରସ୍ତାବ କାର୍ଯ୍ୟକାରୀ କରିବା ଲାଗି ଗୁଟେରସ ଆହ୍ୱାନ ଦେଇଛନ୍ତି । ତେବେ ପ୍ୟାରିସ ରାଜିନାମାରେ ୧୯୧ଟି ରାଷ୍ଟ୍ର ସ୍ୱାକ୍ଷର କରିଥିବା ସତ୍ତେ୍ୱ ନିର୍ଗମନ ହ୍ରାସ ନେଇ ଗୁରୁତ୍ୱ ନଦେବା କ୍ଷୋଭର ବିଷୟ । ଚଳିତ ଦଶନ୍ଧି ଶେଷ ସୁଦ୍ଧା ମିଥେନ ନିର୍ଗମନ ପରିମାଣ ୩୦ ପ୍ରତିଶତ ହ୍ରାସ କରିବା ଲାଗି ପ୍ରତିଶୃତି ଦେଇଛନ୍ତି ବଡ଼ ବଡ଼ ଦେଶ ।
ସ୍କଟଲ୍ୟାଣ୍ଡର ଗ୍ଲାସଗୋ ଠାରେ ନିକଟରେ ଅନୁଷ୍ଠିତ ଉଙଚ- ୨୬ ଶୀର୍ଷ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶ ପକ୍ଷରୁ ଯେଉଁ ବିଚାର ବିମର୍ଷ ଚାଲିଥିଲା ତାହା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବାରେ ସହାୟକ ହେବ ଏହା ଆଶା କରାଯାଏ ।

Leave A Reply

Your email address will not be published.